ଲୋକପ୍ରିୟ ଅନଲାଇନ୍‌ ସୁନ୍ଦରୀ ପ୍ରତିଯୋଗିତାର ସେକେଣ୍ଡ ରନର୍ସ ଅଫ୍‌ ହେଲେ ଓଡ଼ିଆ ଝିଅ ଦୀକ୍ଷା ସିଂହ

ଭୁବନେଶ୍ୱର: ଲୋକପ୍ରିୟ ଅନଲାଇନ୍‌ ସୁନ୍ଦରୀ ପ୍ରତିଯୋଗିତା ‘ଦ ଗ୍ରେଟ୍‌ ଇଣ୍ଡିଆ ପ୍ୟାଜେଣ୍ଟ୍‌ କମ୍ୟୁନିଟ୍‌-୨୦୧୮’ (ଟିଜିପିସି ମିସ୍‌ ଇଣ୍ଡିଆ)ରେ ସ୍ଥାନ ପାଇଥିବା ଓଡ଼ିଆ ଝିଅ ଦୀକ୍ଷା ସିଂହ ସେକେଣ୍ଡ ରନର୍ସ ଅଫ୍‌ ହୋଇଛନ୍ତି। ଏଥିସହିତ ସେ ମିସ୍‌ ଟେଲେଣ୍ଟେଡ୍‌ ଓ ମସ୍‌ ପପୁଲାର୍‌ର ଇଣ୍ଡିଆର ଟାଇଟଲ୍‌ ହାସଲ କରିଛନ୍ତି।

ସର୍ବଭାରତୀୟ ସ୍ତରରେ ୭୦୦ରୁ ଊର୍ଧ୍ୱ ପ୍ରତିଯୋଗୀଙ୍କ ମଧ୍ୟରୁ ମନୋନୀତ ୨୨ ଜଣ ଫାଇନାଲିଷ୍ଟ୍‌ଙ୍କ ମଧ୍ୟରେ ସେ ନିଜ ସ୍ଥିତିକୁ ଦୃଢ଼ କରିଥିଲେ। ଏହି ପ୍ରତିଯୋଗିତାର ପ୍ରାଥମିକସ୍ତରରେ ଭୋଟିଂ ମାଧ୍ୟମରେ ଚାଲିଥିବା ‘ପିପୁଲ୍‌ସ୍‌ ଚଏସ୍‌ ଆଓ୍ଵର୍ଡ’ରେ ସେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ସୋସିଆଲ୍‌ ମିଡିଆର ଫେସ୍‌ବୁକ୍‌ ଲାଇକିଂରେ ସେ ପ୍ରଥମ ସ୍ଥାନରେ ଥିଲେ।

‘ମାଷ୍ଟର୍‌ ପୋଲ୍‌’ରେ ବିଜୟିନୀ ପ୍ରତିଯୋଗୀ ‘ପିପୁଲସ୍‌ ଚଏସ୍‌ ଆଓ୍‌ାର୍ଡ’ର ବିଜେତା ହେବା ସହ ସିଧାସଳଖ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଗତ ବର୍ଷ ଦୀକ୍ଷା ଟିଜିପିସି ମିସ୍‌ ଇଣ୍ଡିଆ ସିଜିନ୍‌-୪ର ‘ପିପୁଲ୍‌ସ୍‌ ଚଏସ୍‌ ଆଓ୍‌ାର୍ଡ’ ବିଜୟିନୀ ଥିଲେ। ରେଭେନ୍‌ସା ବିଶ୍ୱବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକୋତ୍ତର ଅଧ୍ୟୟନ କରିଥିବା ୨୧ ବର୍ଷୀୟ ଦୀକ୍ଷା ଜଣେ ପ୍ରଶିକ୍ଷିତ ସାଲ୍‌ସା ନୃତ୍ୟଶିଳ୍ପୀ ମଧ୍ୟ ।

ସମ୍ବନ୍ଧିତ ଖବର