‘ଠାକ୍ରେ’ର ସ୍କ୍ରିନିଙ୍ଗ ସମୟରେ ରାଗରେ ପରିବାରକୁ ଧରି ବାହାରକୁ ଚାଲି ଆସିଥିଲେ ନିର୍ଦ୍ଦେଶକ,ଏବେ ସାମ୍ନାକୁ ଆସିଲା କାରଣ
ମୁମ୍ବାଇ : ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ଅଭିନୀତ ଫିଲ୍ମ ବାୟୋପିକ୍ ଠାକ୍ରେ ଆସନ୍ତାକାଲି ଅର୍ଥାତ ଜାନୁଆରି ୨୫ରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟି ଦିବଂଗତ ଶିବସେନା ସୁପ୍ରିମୋ ବାଲ୍ ଠାକ୍ରେ ସାହେବ୍ଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମର ନିର୍ମାଣ ଶିବସେନାର ସାଂସଦ ସଞ୍ଜୟ ରାଉତ୍ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ପାନ୍ସେ । ଫିଲ୍ମଟି ଜାନୁଆରି ୨୫ରେ ରିଲିଜ୍ ହେବାକୁ ଥିବା ବେଳେ ବୁଧବାର ମୁମ୍ବାଇରେ ଫିଲ୍ମର ସ୍କ୍ରିନିଙ୍ଗ ରଖା ଯାଇଥିଲା । ସ୍କ୍ରିନିଙ୍ଗ ସମୟରେ ନିର୍ଦ୍ଦେଶକ ନିଜ ପରିବାର ସହ ଆସିଥିବା ବେଳେ କିଛି ସମୟରେ ସେ ବାହାରକୁ ଚାଲି ଯାଇଥିଲେ । ଏବେ ଏହାର କାରଣ ସାମ୍ନାକୁ ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମତାବକ, ଅଭିଜିତ୍ ଏବଂ ତାଙ୍କ ପରିବାର ଲୋକଙ୍କୁ ବସିବାକୁ ସିଟ୍ ନ ମିଳିବାରୁ ସେ ରାଗରେ ଉଠି ଚାଲି ଯାଇଥିଲେ । ଯେଉଁ ଥିଏଟରରେ ଫିଲ୍ମର ସ୍କ୍ରିନିଙ୍ଗ ରଖା ଯାଇଥିଲା, ତାହା ଆଗରୁ ହାଉସ୍ଫୁଲ ଥିଲା । ଏଥିପାଇଁ ଅଭିଜିତ୍ ଏବଂ ତାଙ୍କ ପରିବାରକୁ ବସିବା ପାଇଁ ସିଟ୍ ମିଳି ନଥିଲା ।