ଏହି କାରଣ ପାଇଁ ସଂପର୍କୀୟଙ୍କୁ ବିବାହର ଫଟୋ ଉଠାଇ ସେୟାର କରିବା ପାଇଁ ବାରଣ କରିଥିଲେ ଦୀପ୍-ବୀର
ମୁମ୍ବାଇ : ଦୀପ୍-ବୀର ଇଟାଲୀର ଲେକ୍ କୋମୋରେ ନଭେମ୍ବର ୧୪ରେ କୋଙ୍କଣୀ ରୀତି ଅନୁସାରେ ବିବାହ କରିବା ପରେ ନଭେମ୍ବର ୧୫ରେ ସିନ୍ଧି ରୀତିରେ ବିବାହ କରିଥିଲେ । ଦୁହେଁ ଏବେ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ସେମାନଙ୍କ ପ୍ରଶଂସକ ଦୁହିଁଙ୍କ ଫଟୋ ଦେଖି ପାରି ନଥିଲେ । ସଂପର୍କୀୟ ଏବଂ ବନ୍ଧୁମାନଙ୍କୁ ଫଟୋ ଉଠାଇବା ପାଇଁ ବାରଣ କରାଯାଇଥିଲେ ମଧ୍ୟ ବିବାହ ସମୟରେ କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । କିନ୍ତୁ ସେଥିରେ ଦୀପ୍-ବୀର ଛତା ସାହାଯ୍ୟରେ ନିଜ ମୁହଁ ଲୁଚାଇ ଯାଉଥିବାର ଦେଖାଯାଇଥିଲା । ଏତେ ବ୍ୟକ୍ତିଗତ ଭାବରେ ବିବାହ କରିବାର କାରଣ ସେମାନଙ୍କ ପ୍ରଶଂସକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ବେଳେ ଏବେ ତାହାର କାରଣ ସାମ୍ନାକୁ ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ନିଜ ବିବାହର ଫଟୋ ବିବାହର ନିମନ୍ତ୍ରଣ ପତ୍ର ଭଳି ପ୍ରଥମେ ନିଜେ ସେୟାର କରିବା ପାଇଁ ଚାହୁଁଥିବାରୁ ଏଭଳି ନିୟମ କରିଥିବା ଜଣାପଡ଼ିଛି । ପ୍ରଫେସନାଲ ଫଟୋଗ୍ରାଫରଙ୍କ କ୍ୟାମେରାରୁ ଉଠାଯାଇଥିବା ଫଟୋକୁ ଦୁହେଁ ପ୍ରଥମେ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ପ୍ରଶଂସକଙ୍କ ସହ ସେୟାର କରିବାକୁ ଇଚ୍ଛା ରଖିଥିବାରୁ ବିବାହ ପୂର୍ବରୁ ଏଭଳି ନିଷ୍ପତ୍ତିି ନେଇଥିଲେ । ଏଥି ପାଇଁ ଦୁହିଁଙ୍କ ବିବାହ କଡ଼ା ସୁରକ୍ଷା ଭିତରେ ଅନୁଷ୍ଠିତ ହୋଇଥିଲା ।