ପାକିସ୍ତାନରେ ବି ରିଲିଜ ହେବ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’

ମୁମ୍ବାଇ : ଅନୁପମ ଖେର ଅଭିନୀତ ରାଜନୈତିକ ଘଟଣାବଳୀ ଉପରେ ନିର୍ମିତ ବଲିଉଡ ଚଳଚ୍ଚିତ୍ର ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ପାକିସ୍ତାନରେ ବି ରିଲିଜ ହେବ । ଏଥିପାଇଁ ପାକିସ୍ତାନ ସେନସର ବୋର୍ଡ କେତେକ ସାମାନ୍ୟ କଟ ସହ ଅନୁମତି ପ୍ରଦାନ କରିଛନ୍ତି । ଆସନ୍ତା ୧୮ ତାରିଖରେ ଏହା ପାକିସ୍ତାନର ବିଭିନ୍ନ ଥିଏଟରରେ ରିଲିଜ ହେବ ।

ଏହି ଫିଲ୍ମଟି କେତେକ ସାମାନ୍ୟ କଟ୍‌ ସହ ପାସ ହୋଇଛି ବୋଲି ପାକିସ୍ତାନର ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ସ ସେନସର୍ସ (ସିବିଏଫସି)ର ମୁଖ୍ୟ ଡାନୟାଲ ଗିଲାନି କହିଛନ୍ତି । ଫିଲ୍ମଟିକୁ ପାସ କରିଥିବାରୁ ଏହାର ପ୍ରଯୋଜକ ଜୟନ୍ତୀଲାଲ ଗଡା ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ପାକ ସେନସର ବୋର୍ଡକୁ ଧନ୍ୟବାଦ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଏହି ଫିଲ୍ମଟି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଓ ୟୁପିଏ ସରକାରଙ୍କ କର୍ଯ୍ୟକଳାପ ଉପରେ ପର୍ଯ୍ୟବସିତ । ଏହା ମନମୋହନ ସିଂଙ୍କ ମିଡିଆ ପରାମର୍ଶଦାତା ସଂଜୟ ବାରୁଙ୍କ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଉପରେ ଆଧାରିତ ।

ସମ୍ବନ୍ଧିତ ଖବର