ଟେଲିଜଗତରେ ମାତ୍ର ୧୫ ମାସ ଭିତରେ ବେଶ୍ ଲୋକପ୍ରିୟତା ସାଉଁଟିଛନ୍ତି ନାୟିକା ରଶ୍ମିରେଖା ବେହେରା। ତାଙ୍କୁ ଟେଲିଦର୍ଶକ ନିୟମିତ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ମେଗା ଧାରାବାହିକ ‘ସିନ୍ଦୂର ଖେଳ’ରେ ଦେଖିବାକୁ ପାଉଛନ୍ତି। ଏଥିରେ ସେ ପିତୃମାତୃହୀନା ଆଦ୍ୟା ଚରିତ୍ରରେ ଅଭିନୟ କରୁଛନ୍ତି। ତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଛନ୍ତି ରାକେଶ ରୋଶନ୍ ବିଶ୍ବାଳ। ‘ସିନ୍ଦୂର ଖେଳ’ ଲାଗି ଅଡିସନ୍ ଦେବା ପରେ ରଶ୍ମି ମନୋନୀତ ହୋଇଥିଲେ।
ଏହି ଚରିତ୍ରକୁ ନେଇ ସେ ଖୁବ୍ ଖୁସି ଅଛନ୍ତି। ଆଗରୁ ‘ରଜ କୁଇନ୍’ ଓ ‘ରଜ ସୁନ୍ଦରୀ’ ଭଳି ରିଆଲିଟି ସୋ’ରେ ବିଫଳତାର ସ୍ବାଦ ଚାଖିଥିବା ରଶ୍ମିରେଖା ‘ସିନ୍ଦୂର ଖେଳ’ରେ ସଫଳତା ହାସଲ କରିଛନ୍ତି। ସେ ଲୁବୁନ୍-ଟୁବୁନଙ୍କ ନିର୍ଦ୍ଦେଶନାରେ ଏକ ମ୍ୟୁଜିକ୍ ଭିଡିଓ ‘ଚନ୍ଦ୍ରମଲ୍ଲିକା’ରେ ବି ନଜର ଆସିଛନ୍ତି। ସଂପ୍ରତି ରାଜଧାନୀର ମହର୍ଷି ମହାବିଦ୍ୟାଳୟର ଯୁକ୍ତ ତିନି (ପ୍ରାଣୀବିଜ୍ଞାନ ଅନର୍ସ)ର ଛାତ୍ରୀ ରଶ୍ମିରେଖା ଆଗକୁ ବଡ଼ ପରଦାରେ ଅଭିନୟ କରିବାର ଲକ୍ଷ୍ୟ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/26/NGKhrytfgZ84yVEvcyqa.jpg)