ଓଲିଉଡ୍ର ଜଣାଶୁଣା ନାୟକ ଅଙ୍କିତ କୁମାର ଓଡ଼ିଆ ସିନେମା ‘ଜୟହିନ୍ଦ୍’ରେ ଅଭିନୟ କରିଛନ୍ତି। ଏଥିରେ ତାଙ୍କୁ ପୁଣିଥରେ ପୁଲିସ୍ ଅଫିସର୍ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାରେ ତାଙ୍କ ଅଭିନୀତ ଚରିତ୍ର ହେଲା ଇନ୍ସପେକ୍ଟର ଆଦର୍ଶ। ତାଙ୍କର ନାଁ ଯେମିତି, କାମ ବି ସେମିତି। ଜଣେ ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ପୁଲିସ ଅଧିକାରୀ ଚରିତ୍ର ନିଭାଇଛନ୍ତି ସେ।
‘ଜୟହିନ୍ଦ୍’ରେ ସେ ନାୟକ ଏସିପି ଜୟ (ଆକାଶ ଦାସ ନାୟକ)ଙ୍କ ସହକାରୀ ଭାବେ କାର୍ଯ୍ୟ କରିଛନ୍ତି। ଉଭୟେ ଏକ ଲୋମହର୍ଷଣକାରୀ ଅପରାଧର ତଦନ୍ତ ଭାର ଗ୍ରହଣ କରିଛନ୍ତି। ଦୁହେଁ ଘଟଣାର ମୂଳରେ ପହଞ୍ଚି କିପରି ଖଳନାୟକମାନଙ୍କୁ ଧରିବାରେ ସଫଳ ହୁଅନ୍ତି, ତାହା ଏହି ସିନେମାରେ ଦେଖିବାକୁ ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/26/fjfshsfhfshfhf-2025-09-26-23-45-28.jpg)