ଓଲିଉଡ୍ର ଆଗଧାଡ଼ିର ପ୍ରଯୋଜକ କୁମାର ପ୍ରୀତମ୍ ସାହୁଙ୍କ ‘ରାମରାଜ୍ୟ’ର ପ୍ରଥମ ସିଡ୍ୟୁଲ୍ ସୁଟିଂ କୋଲକାତାରେ ଶେଷ ହୋଇଛି। ୨୦୨୩ରେ ମୁକ୍ତିଲାଭ କରିଥିବା ‘କଟକ ଶେଷରୁ ଆରମ୍ଭ’ର ଏହା ସିକ୍ବେଲ୍ ବୋଲି କୁହାଯାଇଛି। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାର ପ୍ରଥମ ସିଡ୍ୟୁଲ୍ରେ ଅଭିଷେକ ପଣ୍ଡା, ପୁନମ୍, ଚୌଧୁରୀ ଜୟପ୍ରକାଶ ଦାସ, ବିଭାସ ଓ ପ୍ରଯୋଜକ ପ୍ରୀତମ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅଗଷ୍ଟ ୧ରୁ ‘ରାମରାଜ୍ୟ’ର ସୁଟିଂ ଆରମ୍ଭ ହୋଇ ୨୭ରେ ଶେଷ ହୋଇଥିଲା। ଖୁବ୍ ଶୀଘ୍ର ଏହାର ଦ୍ବିତୀୟ ପର୍ଯ୍ୟାୟ ସୁଟିଂ ଭୁବନେଶ୍ବରରେ ସେପ୍ଟେମ୍ବର ୫ରୁ ଆରମ୍ଭ ହେଉଥିବା ନେଇ ପ୍ରଯୋଜକ ସୂଚନା ଦେଇଛନ୍ତି। ରୁଦ୍ରକାନ୍ତ ସିଂହ ଏହାର ସିନେମାଟୋଗ୍ରାଫି କରିଥିବା ବେଳେ ଦିଲୀପ ଚୌଧୁରୀ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ଅସଦ୍ ନିଜାମ୍ଙ୍କ ଏଥିରେ ସଙ୍ଗୀତ ନିର୍ଦ୍ଦେଶିତ ‘ରାମରାଜ୍ୟ’କୁ ଓଡ଼ିଶାର ପ୍ରଥମ ପ୍ୟାନ୍ ଇଣ୍ଡିଆ ସିନେମା କୁହାଯାଉଛି।
ରାମରାଜ୍ୟର ପ୍ରଥମ ପର୍ଯ୍ୟାୟ ସୁଟିଂ ଶେଷ
ଓଲିଉଡ୍ର ଆଗଧାଡ଼ିର ପ୍ରଯୋଜକ କୁମାର ପ୍ରୀତମ୍ ସାହୁଙ୍କ ‘ରାମରାଜ୍ୟ’ର ପ୍ରଥମ ସିଡ୍ୟୁଲ୍ ସୁଟିଂ କୋଲକାତାରେ ଶେଷ ହୋଇଛି। ୨୦୨୩ରେ ମୁକ୍ତିଲାଭ କରିଥିବା ‘କଟକ ଶେଷରୁ ଆରମ୍ଭ’ର ଏହା ସିକ୍ବେଲ୍ ବୋଲି କୁହାଯାଇଛି।
/sambad/media/media_files/2025/08/30/adgdadadga-2025-08-30-03-47-37.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)