ମୁମ୍ବାଇ: ଅଭିନେତ୍ରୀ ରେଖାଙ୍କ ସୌନ୍ଦର୍ଯ୍ୟ ଏବଂ ପ୍ରତିଭାକୁ ଆଜି ପର୍ଯ୍ୟନ୍ତ ଦର୍ଶକ ଭୁରିଭୁରି ପ୍ରଶଂସା କରୁଛନ୍ତି। ନିକଟରେ ରେଖା ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ରେ ନଜର ଆସିଥିଲେ। ଏହି ସୋ’ରେ ରେଖା ତାଙ୍କ କ୍ୟାରିୟର, ଅଭିନୟ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଆଲୋଚନା କରିଥିଲ।
‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ରେ ରେଖାଙ୍କୁ ଯେତେବେଳେ ପ୍ରେମ ବିଷୟରେ ପଚରାଯାଇଥିଲା ରେଖା କହିଥିଲେ,‘ ଯଦି ତୁମର ପ୍ରେମ ବାସ୍ତବ ଓ ଭଲ ମଣିଷ ସହିତ ହୋଇଯାଇଛି ତେବେ ଜଣେ ବ୍ୟକ୍ତିଙ୍କୁ ଭଲ ପାଇବା ଯଥେଷ୍ଟ ହୋଇଥାଏ।
ମୋ କଥା କହିବାକୁ ଗଲେ ମୁଁ ସମସ୍ତ ଜିନିଷକୁ ଭଲପାଏ। ଯେମିତି କି ମୋ କାମକୁ, ଦୁନିଆକୁ , ପ୍ରକୃତିକୁ... ସବୁଠାରୁ ଅଧିକ ମୋତେ।’
ରେଖା ଓ ଅମିତାଭ ବଚ୍ଚନଙ୍କ ସମ୍ପର୍କକୁ ନେଇ ଅନେକଥର ଖବର ସାମ୍ନାକୁ ଆସିଛି। ରେଖା ବି ପ୍ରତ୍ୟେକ୍ଷ ଭାବେ ନହେଲେ ବି ପରୋକ୍ଷ ଭାବେ ଅମିତାଚଭ ବଚ୍ଚନଙ୍କ ବିଷୟରେ ଆଲୋଚନା କରିଛନ୍ତି।
କପିଲଙ୍କ କମେଡି ସୋ’ରେ ଅମିତାଭଙ୍କ ବିଷୟରେ ଆଲୋଚନା କରି ରେଖା କହିଥିଲେ, ‘ମୁଁ କେବିସି ସୋ’କୁ ଯାଇଥିବା ବେଳେ ବଚ୍ଚନ ସାହେବ ମୋ ମା’ଙ୍କୁ ପଚାରିଥିଲେ କ’ଣ ଖାଇ ଜନ୍ମ ଦେଇଛନ୍ତି। ମୁଁ ସଙ୍ଗେସଙ୍ଗେ ଉତ୍ତର ଦେଇ କହିଥିଲି, ‘‘ଡାଲି, ଭାତ।’ ମୋତେ ପଚାରନ୍ତୁ ନା ଗୋଟିଏ ଗୋଟିଏ ସଂଳାପ ମନେ ଅଛି।