କାଷ୍ଟିଙ୍ଗ କାଉଚ୍‌ ପ୍ରସଙ୍ଗରେ ନିଜ ସହ ଘଟିଥିବା ଏଭଳି ଏକ ଘଟଣା ବର୍ଣ୍ଣନା କଲେ ନାୟିକା ସ୍ୱରା ଭାସ୍କର

ମୁମ୍ବାଇ: ନିଜର ସ୍ପଷ୍ଟବାଦିତା ପାଇଁ ସମସ୍ତଙ୍କ ଆଗରେ ପରିଚିତ ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର । ତାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଲୋକ ତାଙ୍କୁ ଟ୍ରୋଲ କରୁଥିଲେ ମଧ୍ୟ ସମସ୍ତଙ୍କୁ କଡ଼ା ଜବାବ ଦେଇ ଆସିଛନ୍ତି ସ୍ୱରା । କିଛି ଦିନ ତଳେ ତାଙ୍କର ଏକ ବ୍ଲକ୍‌ବଷ୍ଟର ଫିଲ୍ମ ‘ବୀରେ ଦି େଓ୍ଵଡ଼ିଙ୍ଗ’ ରିଲିଜ୍‌ ହୋଇଛି । ଯେଉଁଥିରେ ତାଙ୍କୁ ଏକ ଦୃଶ୍ୟରେ ଆପତ୍ତିଜନକ କାମ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟଟି ଅନେକ ସିନେପ୍ରେମୀଙ୍କୁ ପସନ୍ଦ ଆସି ନ ଥିବା ବେଳେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଟ୍ରୋଲ ହୋଇଥିଲେ ସ୍ୱରା । ଏବେ ସବୁ ବାଦବିବାଦ ପରେ ମଧ୍ୟ ସମସ୍ତଙ୍କୁ ଉଚିତ୍‌ ଜବାବ ଦେଇଥିଲେ ସ୍ୱରା । ସବୁ ଥର ସ୍ପଷ୍ଟ ଭାବରେ ନିଜର କଥା ରଖୁଥିବା ସ୍ୱରା କାଷ୍ଟିଙ୍ଗ୍‌ କାଉଚ୍‌କୁ ନେଇ ନିଜ ଅନୁଭୂତି ସେୟାର କରିଥିଲେ ।

indianexpress.com

ମେ ୨୮ରେ ଏକ ସାକ୍ଷାତ୍‌କାର ବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଏହି ପ୍ରଶ୍ନ ଶୁଣି ସେ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । “ଜଣେ ବଡ଼ ପ୍ରଯୋଜକଙ୍କ ମ୍ୟାନେଜର ମୋ ସହ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ । ଏକ ବୈଠକରେ ସେ ମୋତେ ମୋ ଘରର ଠିକଣା ପଚାରିବା ସହ ମୋ ପାଖକୁ ଆସିଥିଲେ । ମୁଁ ତାଙ୍କୁ ଅଣଦେଖା କରିବାରୁ ସେ ମୋ କାନ ପଖକୁ ଆସି ଚୁମ୍ବନ ଦେବା ସହ ମୁଁ ତୁମକୁ ଭଲ ପାଏ ବୋଲି କହିବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ମୁଁ ବୁଲି ଯିବାରୁ ମୋ କେଶ ତାଙ୍କ ପାଟିରେ ପଶି ଯାଇଥିଲା । ଏଭଳି ଘଟଣା ଆଜିକାଲି ପ୍ରାୟ ସବୁଠାରେ ଘଟୁଛି । ଏହା କାଷ୍ଟିଙ୍ଗ କାଉଚ୍‌ର ଏକ ଭାଗ ବି କହି ପାରିବା ବୋଲି ସ୍ୱରା କହିଥିଲେ ।

ସମ୍ବନ୍ଧିତ ଖବର