ମୁମ୍ବାଇ : ବଲିଉଡ୍ ଅଭିନେତା ଅନୁପମ ଖେର୍ ଏବଂ ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହଙ୍କୁ ନେଇ ଏକ ଅଜଣା କଥା ସାମ୍ନାକୁ ଆସିଛି । ଫିଲ୍ମ ‘ଲଡ଼ାଇ’ରେ ଦୁହିଁଙ୍କର ଏକ ଚୁମ୍ବନ ଦୃଶ୍ୟ ଥିବା ବେଳେ ଅର୍ଚ୍ଚନା ଏହି ଦୃଶ୍ୟକୁ ସୁଟ୍ କରିବା ପାଇଁ ମନା କରି ଦେଇଥିଲେ । ଫଳରେ ଫିଲ୍ମର ନିର୍ଦ୍ଦେଶକଙ୍କୁ ବାଧ୍ୟ ହୋଇ ସେ ଦୃଶ୍ୟକୁ ହଟାଇବାକୁ ପଡ଼ିଥିଲା ।
Odisha Film Fan Clubସୂଚନା ମୁତାବକ, ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସୋ’ରେ ଯୋଗ ଦେଇଥିଲେ ବଲିଉଡ୍ ଅଭିନେତା ଅନୁପମ ଖେର୍ । ଏହି ସମୟରେ ସୋ’ର ଜଜ୍ ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହ ତାଙ୍କୁ ଦେଖି ନିଜର ପୁରୁଣା ଦିନକୁ ମନେ ପକାଇଥିଲେ । ଫିଲ୍ମ ‘ଲଡ଼ାଇ’ରେ ତାଙ୍କର ଚୁମ୍ବନ ଦୃଶ୍ୟ ବିଷୟରେ କହିଥିଲେ, ମୁଁ ପୂର୍ବରୁ କେବେ ହେଲେ ପରଦାରେ ଏଭଳି ଦୃଶ୍ୟ କରି ନ ଥିବାରୁ ନିର୍ଦ୍ଦେଶକଙ୍କୁ ଏଭଳି ଦୃଶ୍ୟ କରି ପାରିବି ନାହିଁ ବୋଲି ମନା କରିଥିଲି । ମୁଁ ସହଜ ଅନୁଭବ କରୁନାହିଁ ବୋଲି ଜାଣି ଅନୁପମ ନିର୍ଦ୍ଦେଶକଙ୍କୁ ଦୃଶ୍ୟଟି ହଟାଇବାକୁ କହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/1560392872-AnuArc.jpg)