ଗୃହ ସହାୟିକାର ଚରିତ୍ରକୁ ବୁଝିବା ପାଇଁ ଘରେ ଘରେ କାମ କରୁଥିଲେ ଭୂମି
ମୁମ୍ବାଇ : ଅକ୍ଟୋବର ୨୫ରେ ରିଲିଜ୍ ହୋଇଥିଲା ଫିଲ୍ମ ସାଣ୍ଡ କି ଆନ୍ଖ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ତାପ୍ସୀ ପନ୍ନୁ ଓ ଭୂମି ପେଡ୍ନେକର । ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଥିବା ବେଳେ ଦୁହିଁଙ୍କୁ ଫିଲ୍ମ ପାଇଁ କ’ଣ କ’ଣ କରିବାକୁ ପଡ଼ିଥିଲା, ତାହା ସାମ୍ନାକୁ ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ସାକ୍ଷାତକାରରେ ଭୂମି କହିଛନ୍ତି କି, ତାଙ୍କୁ ଫିଲ୍ମ ପାଇଁ ହୁକ୍କା ଟାଣିବାକୁ ପଡ଼ିବା ସହ ଗୋବର ହାତ ହେବାକୁ ପଡ଼ିଥିଲା । ଜଣେ ଗାଁର ମହିଳାଙ୍କୁ ଯାହା ସବୁ କରିବାକୁ ପଡ଼େ, ସେ ସବୁ କରିଥିଲେ ଭୂମି । ତାପ୍ସୀ ମଧ୍ୟ ଫିଲ୍ମରେ ଦେଖାଯାଇଥିବା ଦୃଶ୍ୟ ସବୁକୁ ସତରେ କରିବା ପରେ କ୍ୟାମେରା ଆଗରେ ସୁଟ୍ କରିଥିଲେ ବୋଲି କହିଛନ୍ତି । ଏ ମଧ୍ୟରେ ଭୂମିଙ୍କୁ ନେଟ୍ଫ୍ଲିକ୍ସରେ ଆସୁଥିବା ତାଙ୍କ ସୋ’ ଲଷ୍ଟ ଷ୍ଟୋରିଜ୍ ବିଷୟରେ ପଚରାଯାଇଥିଲା । ସତରେ କ’ଣ ସେ ନିଜ ଚରିତ୍ରକୁ ଜୀବନ୍ତ କରିବା ପାଇଁ ଘରେ ଘରେ କାମ କରୁଥିଲେ କି? ବୋଲି ପ୍ରଶ୍ନ କରାଯିବା ପରେ ଭୂମି କହିଥିଲେ, ମୁଁ ସବୁବେଳେ ମୋ ଚରିତ୍ରଟି କିଭଳି ଦର୍ଶକଙ୍କୁ ବାସ୍ତବ ଲାଗିବ, ସେ ପ୍ରୟାସରେ ଥାଏ । ଲଷ୍ଟ ଷ୍ଟୋରିଜ୍ ପାଇଁ ମୁଁ ରହୁଥିବା ଆପାର୍ଟମେଣ୍ଟରେ ସମସ୍ତଙ୍କ ଘରକୁ ଯାଇ ସଫେଇ କାମ କରୁଥିଲି । ଜଣେ ଗୃହ ସହାୟିକାର କାମ ଭଲ ଭାବରେ ବୁଝିବା ସହ ଚରିତ୍ରକୁ କିଭଳି ଜୀବନ୍ତ କରି ପାରିବି ସେଥିପାଇଁ ମୁଁ ଏଭଳି କରିଥିଲି ।