ବଏକଟ୍‌ ହେବା ଭୟରେ ବଦଳିଲା କପିଲଙ୍କ ସ୍ୱର, ପ୍ରଶଂସକଙ୍କୁ ନିଜ ଆଡ଼େ ମୁହାଁଇବାକୁ ପ୍ରୟାସ ଜାରି

ମୁମ୍ବାଇ : ଦେଶ ବିରୋଧୀ ମନ୍ତବ୍ୟରେ କ୍ରିକେଟର ନବଜୋତ୍‌ ସିଂହ ସିଦ୍ଧୁଙ୍କୁ ସମର୍ଥନ କରି ବିବାଦରେ ଫସିଥିଲେ ହାସ୍ୟାଭିନେତା କପିଲ ଶର୍ମା । ପୁଲଓ୍ଵାମା ଆକ୍ରମଣ ପରେ ସିଦ୍ଧୁ ନିଜର ଯେଉଁ ମତ ରଖିଥିଲେ, ତାହାକୁ ସମର୍ଥନ କରିଥିଲେ କପିଲ । ଯାହା ପରେ #ବଏକଟ୍‌କପିଲଶର୍ମା ଅଭିଯାନ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା। ନିଜ ବିରୋଧରେ ହେଉଥିବା ଏଭଳି ଅଭିଯାନକୁ ଆଉ ଦେଖି ପାରିଲେ ନାହିଁ କପିଲ। ସେ ଶେଷରେ ନିଜର ସ୍ୱର ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ପ୍ରଶଂସକଙ୍କ ଭଲପାଇବା ଫେରିପାଇବା ଆଶାରେ ଭାରତୀୟ ସେନାକୁ ସମର୍ଥନ କରି ପାକ୍‌ ଆତଙ୍କବାଦୀଙ୍କୁ ଉଚିତ୍‌ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି କମେଡି କିଙ୍ଗ୍‌।

ibtimes.co.in

କପିଲଙ୍କ କହିବା ଅନୁଯାୟୀ, ‘ପୁଲଓ୍ଵାମାରେ ଘଟିଥିବା ଘଟଣାକୁ ନେଇ ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ମତ ରହିଛି । ସେ ବିଷୟରେ ଏତେ ନ ଭାବି ଆମକୁ ଏବେ ସହିଦ ହୋଇଥିବା ଯବାନମାନଙ୍କ ପରିବାର ଲୋକଙ୍କ ବିଷୟରେ ଭାବିବା ଦରକାର । ତାହା ହିଁ ଆମର ସେମାନଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ । ମୋର ବିଶ୍ୱାସ ଯେ ଭାରତୀୟ ସେନା ପାକ୍‌ ଆତଙ୍କବାଦୀ ଏବଂ ତାଙ୍କ ସଞ୍ଚାଳକଙ୍କୁ ଉଚିତ୍‌ ଜବାବ ଦେବେ ।’ ତେବେ କପିଲ ବଏକଟ ହେବାର ଭୟରେ ଯେ ଏଭଳି ବୟାନ ରଖଛନ୍ତି ତାହା ଆଉ ବୁଝିବା ବାକି ନାହିଁ।

ସମ୍ବନ୍ଧିତ ଖବର