ଏହି କାରଣ ପାଇଁ ପ୍ରିୟଙ୍କାଙ୍କୁ ମିଠୁ ବୋଲି ଡ଼ାକନ୍ତି ପରିବାର ଲୋକେ

ମୁମ୍ବାଇ : ଅନେକ ଦିନ ବ୍ୟବଧାନ ପରେ ଏବେ ପୁଣି ଥରେ ବଲିଉଡ୍‌କୁ ଫେରିଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଫିଲ୍ମ ଦ ସ୍କାଏ ଇଜ୍‌ ପିଙ୍କ ଜରିଆରେ ସେ ବଲିଉଡ୍‌କୁ ଫେରୁଥିବା ବେଳେ ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ଦେଖାଯାଉଛି । ଫିଲ୍ମର ରିଲିଜ୍‌ ତାରିଖ ପାଖେଇ ଆସୁଥିବା ଏବେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଫିଲ୍ମର ଦୁଇ ମୁଖ୍ୟ କଳାକାର ପ୍ରିୟଙ୍କା ଚୋପ୍ରା ଓ ଫର୍‌ହାନ୍‌ ଅଖ୍‌ତାର ।

Image result for the-kapil-sharma-show-priyanka-chopra-reveals-why-family-calls-her-mittoo
AajTak

ଫିଲ୍ମର ପ୍ରମୋସନ ପାଇଁ ଦୁହେଁ କମେଡି ସୋ’ ଦ କପିଲ ଶର୍ମା ସୋ’ରେ ପହଞ୍ଚିଥିବା ବେଳେ ପ୍ରିୟଙ୍କା ନିଜ ବ୍ୟକ୍ତିଗତ ଜୀବନର ଅନେକ ରାଜ୍‌ ଖୋଲିଥିଲେ । ତାଙ୍କ ପରିବାର ଲୋକେ ତାଙ୍କୁ ମିଠୁ ବୋଲି ଡ଼ାକୁଥିବା କଥା ଜଣାଇବା ସହ ତାହା ପଛର କାରଣ ଜଣାଇଥିଲେ ପ୍ରିୟଙ୍କା । ତାଙ୍କ କହିବା ଅନୁଯାୟୀ, ମୋର ପିଉସୀ ମୋର ନାଁ ମିଠୁ ରଖିଥିଲେ । କାରଣ ମୁଁ ଛୋଟବେଳେ ଅନ୍ୟମାନଙ୍କର ନକଲ କରୁଥିଲି । ଯିଏ ବି ଆମ ଘରକୁ ଆସୁଥିଲେ, ତାଙ୍କ କହିବାର ଶୈଳୀକୁ ମୁଁ ନକଲ କରୁଥିଲି । ଶୁଆ ଯେଭଳି ସମସ୍ତଙ୍କ ନକଲ କରେ, ମୋର ମଧ୍ୟ ସେଭଳି ଅଭ୍ୟାସ ଦେଖି ମୋ ପିଉସୀ ମୋର ନାଁ ମିଠୁ ରଖିଥିଲେ

ସମ୍ବନ୍ଧିତ ଖବର