ଟିଆରପିରେ ଟପ୍‌ଟେନ୍‌ରୁ ବିଦା ହେଲା ‘କପିଲ ଶର୍ମା ସୋ’

ମୁମ୍ବାଇ: ପ୍ରତି ସପ୍ତାହରେ ଟିଆରପିର ରେଟିଂ ବଦଳୁଛି। ଏହି ସପ୍ତାହରେ ଟିଆରପିରେ ବ୍ୟାପକ ଅଦଳବଦଳ ଦେଖିବାକୁ ମିଳିଛି। କପିଲ ଶର୍ମାଙ୍କ ରିଆଲିଟି ସୋ’ ଟିଆରିପି ରେସରେ ପଛେଇ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ କପିଲ ଶର୍ମାଙ୍କ କମେଡି ସୋ’ ଏଥର ଟପ୍‌ ଟେନରେ ସାମିଲ ହେବାରୁ ବଞ୍ଚିତ ହୋଇଯାଇଛି।

ଚଳିତ ସପ୍ତାହରେ ଟିଆରିପିର ତାଲିକାରେ କେଉଁ ସୋ’ପ୍ରଥମ ପାଞ୍ଚ ମଧ୍ୟରେ ସ୍ଥାନିତ ହୋଇଛି,ଆସନ୍ତୁ ଜାଣିବା ରିଆଲିଟି ସୋ’ ସୁପରଷ୍ଟାର ସିଙ୍ଗର ସିଙ୍ଗିଙ୍ଗ୍‌ କା କଲ୍‌’ ନିଜର ଡେବ୍ୟୁ ସପ୍ତାହରେ ହିଁ କେତେକ ବଡ଼ ସୋ’କୁ ପଛରେ ପକାଇ ପଞ୍ଚମ ସ୍ଥାନରେ ଅଛି। ଚତୁର୍ଥ ସ୍ଥାନରେ ରହିଛି ସବ୍‌ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡି ସୋ’ ‘ତାରକା ମେହେଟ୍ଟାକା ଉଲ୍‌ଟା ଚଷମା’।

ଗତ ସପ୍ତାହରେ ଦ୍ୱିତୀୟ ସ୍ଥାନରେ ଥିବା ‘କୁମ୍‌ କୁମ୍‌ ଭାଗ୍ୟ’ ଚଳିତ ସପ୍ତାହରେ ଟିଆରପି ଲିଷ୍ଟରେ ତୃତୀୟ ସ୍ଥାନରେ ରହିଛି। ‘କୁଣ୍ଡଲୀ ଭାଗ୍ୟ’ ଧାରାବାହିକ ଏଥର ଦ୍ୱିତୀୟ ସ୍ଥାନରେ ଅଛି । ଏଥର ଟିଆରପିରେ ନମ୍ବର ଓ୍ଵାନ ସ୍ଥାନରେ ରହିଛି ‘ୟେ ରିସ୍ତା କ୍ୟାୟ କେହଲାତା ହେ’।

ସମ୍ବନ୍ଧିତ ଖବର