ମୁମ୍ବାଇ: ନିର୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ସିନେମା ‘ଦ କଶ୍ମୀର ଫାଇଲ୍ସ’ ଦୁଇ ସପ୍ତାହ ପର୍ଯ୍ୟନ୍ତ ବକ୍ସ ଅଫିସରେ ଚହଳ ପକାଇଥିଲା। ୧୭ତମ ଦିନରେ ‘ ଦ କଶ୍ମୀର ଫାଇଲ୍ସ’ ୨୨୮.୧୮ କୋଟିରେ ପହଞ୍ଚିଛି। ଏବେ ଲାଗୁଛି କି ସିନେମାର ରୋଜଗାର ଧୀରେଧୀରେ ହ୍ରାସ ହୋଇଆସୁଛି।
ରିଲିଜର ୧୮ଦିନରେ ‘ଦ କଶ୍ମୀର ଫାଇଲ୍ସ ୩.୧୦ କୋଟି ଟଙ୍କାର ଆୟ କରିଛି। ଏହାପୂର୍ବରୁ ୧୭ଦିନରେ ସିନେମା ୮.୭୫ କୋଟି ବକ୍ସ ଅଫିସ ଆୟ କରିଥିଲା। ଦୁଇଦିନରେ ଆୟ ୫.୬୫ କୋଟିର ବଡ଼ ଅନ୍ତର ଦେଖିବାକୁ ମିଳିଛି। ତେବେ ସିନେମା ଆୟରେ ହ୍ରାସ ହେଉଥିବା ଦେଖିବାକୁ ମିଳିଥିବା ବେଳେ ମୋଟାମୋଟି ବ୍ୟବସାୟ ଭଲ ରହିଛି।
#TheKashmirFiles maintains a STRONG GRIP on
Mon... Fri 4.50 cr, Sat 7.60 cr, Sun 8.75 cr, Mon 3.10 cr. Total: ₹ 231.28 cr. #India biz. pic.twitter.com/fpc6OM0tPG — taran adarsh (@taran_adarsh) March 29, 2022
‘ଦ କଶ୍ମୀର ଫାଇଲ୍ସ’ କଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଆଧାରିତ ହୋଇଛି। ଏହି ସିନେମାକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଥିଲା। ଏହା ସତ୍ତ୍ବେ ବି ‘ଦ କଶ୍ମୀର ଫାଇଲ୍ସ’ ସିନେମା ତାର ବ୍ୟବସାୟ ଜାରି ରଖିଛି। ‘ଦ କଶ୍ମୀର ଫାଇଲ୍ସ’ ସିନେମାରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋସି, ଭଷା ସମ୍ବୁଲି, ଦର୍ଶନ କୁମାରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଉକ୍ତ ଅଭିନେତା ଓ ଅଭିନେତ୍ରୀଙ୍କ ଜୀବନ୍ତ ଅଭିନୟ ଓ ସିନେମା କାହାଣୀ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି।