‘ସ୍ପାଇଡର୍‌ ମ୍ୟାନ୍‌’ ରେକର୍ଡକୁ ବି ଭାଙ୍ଗିଲା ‘ଦ କାଶ୍ମୀର ଫାଇଲ୍ସ’

ମୁମ୍ବାଇ: ମିଥୁନ ଚକ୍ରବର୍ତ୍ତୀ ଏବଂ ଅନୁପମ ଖେରଙ୍କ ଅଭିନୀତ ‘ଦ କାଶ୍ମୀର ଫାଇଲ୍ସ’ ରିଲିଜ୍ ହେବାର ଦ୍ବିତୀୟ ସପ୍ତାହରେ ଅନେକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି। ଏଗାର ଦିନରେ ‘କାଶ୍ମୀର ଫାଇଲ୍ସ’ର ବକ୍ସ ଅଫିସ୍ ସଫଳତା ସୂର୍ଯ୍ୟବଂଶୀ, ୮୩ ଏବଂ ‘ସ୍ପାଇଡର୍ ମ୍ୟାନ୍-ନୋ ୱେ ହୋମ୍‌’ ଆୟକୁ ମଧ୍ୟ ଅତିକ୍ରମ କରିଛି। ବକ୍ସ ଅଫିସ୍ ଅନୁଯାୟୀ, ଏକାଦଶ ଦିବସରେ ବି କାଶ୍ମୀର ଫାଇଲ୍ସ ପ୍ରାୟ ୧୨.୪୦ କୋଟି ଟଙ୍କା ରୋଜଗାର କରିଛି। ଫଳରେ ଫିଲ୍ମର ମୋଟ ସଂଗ୍ରହ ୧୭୯.୮୫ କୋଟି ଟଙ୍କା ହୋଇଛି। ଏହି ଧାରା ଜାରି ରହିଲେ ଖୁବ୍‌ଶୀଘ୍ର ଏହା ୨୦୦ କୋଟି ଅତିକ୍ରମ କରିବ।

ଏପଟେ  ‘ଦ କଶ୍ମୀର ଫାଇଲ୍ସ’ ପରେ ଆସୁଛି ‘ଦ କେରଳ ଷ୍ଟୋରୀ’। ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରରେ କଶ୍ମୀର ପଣ୍ଡିତଙ୍କ ଅତ୍ୟାଚାର ପରେ ଏବେ କେରଳରେ ଗତ ୧୦ ବର୍ଷରେ ୩୨ ହଜାର ଝିଅ ନିଖୋଜ ହେବା ଓ ଏହା ପଛରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ହାତ ଥିବା ଘଟଣାକୁ ବଡ ପରଦାରେ ପ୍ରଦର୍ଶିତ କରାଯିବ।

ଏହି ଚଳଚ୍ଚିତ୍ରର ନାମ ‘ଦ କେରଳ ଷ୍ଟୋରୀ’ ରଖାଯିବ। ସୁଦୀପ୍ତ ସେନ୍ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦାୟିତ୍ଵ ତୁଲାଇବେ। ମଙ୍ଗଳବାର ଏହା ଘୋଷଣା କରାଯାଇଛି। ଚଳଚ୍ଚିତ୍ରଟି ମାନବ ଚାଲାଣ,  ଆଇଏସଆଇଏସ ଦ୍ଵାରା ଝିଅମାନଙ୍କ ଚାଲାଣ, ତାଙ୍କୁ ନିଜ ପୁଅମାନଙ୍କ ସହ ବିବାହ, ଧର୍ମ ପରିବର୍ତ୍ତନ ସହ ଜଡିତ ବିଷୟ ଉପରେ ଆଧାରିତ ହେବ।

ଚଳଚ୍ଚିତ୍ର ନିର୍ମାତାଙ୍କ ତରଫରୁ ଏକ ସଂକ୍ଷିପ୍ତ ଟିଜର୍ ରିଲିଜ୍ କରାଯାଇଛି। ଯେଉଁଥିରେ ସେମାନେ କେରଳରେ ହେଉଥିବା ହଜାର ହଜାର ଝିଅଙ୍କ ଚାଲାଣ ଓ ବେଆଇନ୍ ବିକ୍ରି କରିବା ବିଷୟରେ କୁହାଯାଇଛି। ଟିଜର୍ ଅନୁସାରେ ବର୍ତ୍ତମାନ ସୁଦ୍ଧା ୩୨ ହଜାରରୁ ଅଧିକ ମହିଳାଙ୍କୁ ଅପହରଣ କରାଯାଇଛି। ଏହିଠାରୁ କେରଳକୁ ମୁସଲିମ୍ ରାଜ୍ୟରେ ପରିବର୍ତ୍ତନ କରିବାକୁ ଏକ ଅଭିଯାନ ବି ଆରମ୍ଭ କରାଯାଉଛି।  କେରଳରେ ଏପରି ଘଟଣା ଏକ ଦଶକରୁ ଅଧିକ ସମୟ ଧରି ଚାଲିଛି। ଏହା ଉପରେ ନିର୍ମାତା ଅନେକ ଦିନ ଧରି ଗବେଷଣା କରିଛନ୍ତି।

ସମ୍ବନ୍ଧିତ ଖବର