ନୂଆଦିଲ୍ଲୀ: ‘ଦି କାଶ୍ମୀର୍ ଫାଇଲ୍ସ୍’ ଚଳଚ୍ଚିତ୍ରର ନିର୍ଦେଶକ ବିବେକରଞ୍ଜନ ଅଗ୍ନିହୋତ୍ରୀଙ୍କ ପାଇଁ ‘ୱାଇ’ ବର୍ଗର ସୁରକ୍ଷା ମଞ୍ଜୁର ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ସେହି ଅନୁସାରେ, ସମଗ୍ର ଭାରତରେ ନିର୍ଦେଶକ ଅଗ୍ନିହୋତ୍ରୀଙ୍କ ସୁରକ୍ଷା ‘ସିଆର୍ପିଏଫ୍’ ଯବାନ ଯୋଗାଇ ଦିଆଯିବ। ଅର୍ଥାତ୍ ଦେଶ ମଧ୍ୟରେ ସେ ଯେଉଁ ଆଡ଼କୁ ଯିବେ ସୁରକ୍ଷା ଦେବା ପାଇଁ ତାଙ୍କ ସହ ‘ସିଆର୍ପିଏଫ୍’ ଯବାନ ଯିବେ।
‘ଦି କାଶ୍ମୀର୍ ଫାଇଲ୍ସ୍’ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ଏହାର ନିର୍ଦେଶକଙ୍କ ପ୍ରତି ଥିବା ସମ୍ଭାବ୍ୟ ବିପଦକୁ ଆଧାର କରି ଉପରୋକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା କଥା ଜଣାପଡ଼ିଛି। ଅଗ୍ନିହୋତ୍ରୀଙ୍କୁ ‘ଭିଆଇପି’ ନିରାପତ୍ତା ଯୋଗାଇ ଦିଆଯିବା ଉଚିତ ବୋଲି କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ସୁପାରିସ କରିଥିଲା।
Image Courtesy of One Indiaକଶ୍ମୀରୀ ପଣ୍ଡିତମାନଙ୍କ ଜୀବନ ଉପରେ ଆଧାରିତ ଉକ୍ତ ଚଳଚ୍ଚିତ୍ର ରିଲିଜ୍ ହେବା ପରେ ସାମାଜିକ ଗଣମାଧ୍ୟମରେ ଏହାର ନିର୍ମାତାଙ୍କୁ ଧମକ ଦିଆଯାଉଛି।
‘ୱାଇ’ ବର୍ଗର ସୁରକ୍ଷା ବ୍ୟବସ୍ଥାରେ ଅଗ୍ନିହୋତ୍ରୀଙ୍କୁ ୨ଜଣ କମାଣ୍ଡୋ ଏବଂ ଜଣେ ପୁଲିସ କର୍ମଚାରୀଙ୍କ ସମେତ ୮ଜଣ ସୁରକ୍ଷା ଅଧିକାରୀ ଯୋଗାଇ ଦିଆଯିବ।
ଉପରୋକ୍ତ ଚଳଚ୍ଚିତ୍ର କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଠାରୁ ବ୍ୟାପକ ପ୍ରୋତ୍ସାହନ ପାଉଥିବା ଜଣାପଡ଼ିଛି। କେତେକ ରାଜ୍ୟ ଏହାର ପ୍ରଦର୍ଶନ ଉପରୁ ଟିକସ ମଧ୍ୟ ଛାଡ଼ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ଚଳଚ୍ଚିତ୍ର ଦେଖିବା ଲାଗି ଗୋଟାଏ ଭାଷଣ ଦେବା ବେଳେ ଜନସାଧାରଣଙ୍କୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/kfd.jpg)