‘ଦ କଶ୍ମୀର ଫାଇଲ୍ସ’ ସିନେମା‌ର ରିସର୍ଚ୍ଚ ସମୟରେ ଦୁଃଖ ବଖାଣି ଝିଅ କହିଲେ,‘ବାପାଙ୍କ ଶରୀରକୁ ୫୦ଖଣ୍ଡ କରି ପିଙ୍ଗି ଦିଆଯାଇଥିଲା ’

ନୂଆଦିଲ୍ଲୀ: ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ ‘ଦ କଶ୍ମୀର ଫାଇଲ୍ସ’ ସିନେମା ଜରିଆରେ ୧୯୯୦ମସିହାରେ କଶ୍ମୀର ପଣ୍ଡିତଙ୍କ ସହିତ ହୋଇଥିବା‌ ଅତ୍ୟାଚାରକୁ କାହାଣୀ ମାଧ୍ୟମରେ ଦର୍ଶକଙ୍କ ସାମ୍ନାକୁ ଆଣିଛନ୍ତି। ଏହି ସିନେମାରେ ପଲ୍ଲବୀ ଜୋସି ରାଧିକା ମନନର ନେଗେଟିଭ ଚରିତ୍ରରେ ଅଭିନୟ କରିଛନ୍ତି।

ପଲ୍ଲବୀ ବାସ୍ତବ ଜୀବନରେ ବିବେକଙ୍କ ସ୍ତ୍ରୀ। ଏହି କାରଣରୁ ସିନେମା ନିର୍ମାଣ ହେବା ଦିନଠାରୁ ତାଙ୍କର ଭୂମିକା ରହିଛି। ଦିଲ୍ଲୀରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସିନେମା ପାଇଁ ସେ କରିଥିବା ରିସର୍ଚ୍ଚ ସମୟ‌ରେ ହୃଦୟବିଦାରକ ଘଟଣାକୁ ନିଜ କାନରେ ଶୁଣିଥିବା କହିଛନ୍ତି।

ପଲ୍ଲବୀ ୪ବର୍ଷ ପର୍ଯ୍ୟନ୍ତ ଏହି ସିନେମାକୁ ନେଇ ରିସର୍ଚ୍ଚ କରି ଅନେକ ଲୋକଙ୍କ ଇଣ୍ଟରଭ୍ୟୁ ନେଇଥିଲେ। ଏହି ରିସର୍ଚ୍ଚ ଓ ଇଣ୍ଟରଭ୍ୟୁ ନେଉଥିବା ସମୟରେ ପଲ୍ଲବୀ ଏମିତି ଅନେକ ପରିବାରକୁ ଭେଟିଥିଲେ ଯେଉଁମାନେ କି ଅତ୍ୟାଚାରର ଶିକାର ହୋଇଥିଲେ।

ଅତ୍ୟାଚାରର ଶିକାର ହୋଇଥିବା ପରିବାରର ଝିଅ କହିଥିଲେ, ତାଙ୍କ ବାପାଙ୍କୁ ହତ୍ୟା କରି ୫୦ଖଣ୍ଡ କରି ଦିଆଯାଇଥିଲା। ଏହାପରେ ଏକ ବ୍ୟ‌ାଗରେ ଭରି ତାହାକୁ ପିଙ୍ଗି ଦିଆଯାଇଥିଲା। ୨-୩ଦିନ ମଧ୍ୟରେ ବ୍ୟାଗ ମିଳିବା ପରେ ସେ ଆଇଡି କାର୍ଡକୁ ଦେଖି ତାଙ୍କ ବାପାଙ୍କୁ ଚିହ୍ନଟ କରିଥିଲେ।

ପଲ୍ଲବୀ କହିଛନ୍ତି ସେହିପରି ଆଉ ଜଣେ ମହିଳା କହିଥିଲେ, ତାଙ୍କ ବାପାଙ୍କ ପୂରା ଶରୀରକୁ ଗୁଳିମାଡ଼ କରାଯାଇଥିଲା। ଏହାପରେ ପୁଲିସ ତାଙ୍କ ବାପାଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ ନେଇଯାଇଥିଲା। ବ୍ୟବଚ୍ଛେଦ ପରେ  ତାଙ୍କ ବାପାଙ୍କ ଶରୀରକୁ ଆଖିରେ ଦେଖି ହେଉ ନଥିଲା। କାରଣ ବ୍ୟବଚ୍ଛେଦ ପରେ ସଠିକ ଭାବେ ସିଲେଇ କରି ନଥିବାରୁ ବାପାଙ୍କ ଶରୀର ଭିତର ଅଂଶ ସମ୍ପୂର୍ଣ୍ଣ ଭାବେ ବାହାରକୁ ଦେଖା ଯାଉଥିଲା। ଏମିତି ଅନେକ ହୃଦୟବିଦାରକ ଘଟଣାକୁ ନିଜ କାନରେ ରିସର୍ଚ୍ଚ ସମୟରେ ଶୁଣିଛନ୍ତିିି ପଲ୍ଲବୀ ଜୋସି।

ସମ୍ବନ୍ଧିତ ଖବର