ପ୍ରଥମ ଦିନରେ ଭଲ ରୋଜଗାର କରିଛି ‘ଦି କେରଳ ଷ୍ଟୋରି’; ‘କାଶ୍ମୀର ଫାଇଲ୍ସ’ ପଡ଼ିଲା ପଛରେ

ଭୋପାଳ: ଗତ ଶୁକ୍ରବାର ଦିନ ରିଲିଜ୍‌ ହୋଇଥିବା ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ ବକ୍ସ ଅଫିସ୍‌ରେ ଧମାକା କରିଛି। ଆତଙ୍କବାଦର ଭୟାବହ ସତ୍ୟତାକୁ ଉନ୍ମୁକ୍ତ କରିଥିବା ‘ଦି କେରଳ ଷ୍ଟୋରି’ ବିବାଦ ମଧ୍ୟରେ ରିଲିଜ୍‌ ହୋଇଛି ଓ ରିଲିଜ ପରେ ଫିଲ୍ମଟିକୁ ବହୁ ଗ୍ରହଣୀୟତା ବି ମିଳିବାରେ ଲାଗିଛି। ଗତକାଲି ରିଲିଜ୍‌ ହୋଇଥିବା ଫିଲ୍ମଟିର ପ୍ରଥମ ଦିନର ରୋଜଗାର ରିପୋର୍ଟ ସାମ୍ନାକୁ ଆସିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଫିଲ୍ମଟି ପ୍ରଥମ ଦିନରେ ୮.୦୩ କୋଟି ଟଙ୍କାର ରୋଜଗାର କରିଛି। ତେବେ ଶନିବାର ପାଇଁ ଫିଲ୍ମଟିର ଅଗ୍ରୀମ ବୁକିଂ ବି ଢେର୍‌ ଭଲ ରହିଛି। ରବିବାର ଫିଲ୍ମଟି ଆହୁରି ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି। ତେବେ ରେକର୍ଡ କରିଥିବା ‘କାଶ୍ମୀର ଫାଇଲ୍ସ’ଠାରୁ ବି ‘ଦି କେରଳ ଷ୍ଟୋରି’ର ଓପନିଂ ରୋଜଗାର ଭଲ ରହିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।

ଶୁକ୍ରବାର ଦିନ ରିଲିଜ୍‌ ହୋଇଥିବା ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଆଜି ମଧ୍ୟପ୍ରଦେଶ ରାଜ୍ୟରେ କରମୁକ୍ତ ଘୋଷଣା କରିଛନ୍ତି। ‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରକୁ ମଧ୍ୟପ୍ରଦେଶରେ କରମୁକ୍ତ କରିବା ଲାଗି ପୂର୍ବରୁ ‘ବିଜେପି’ ଏବଂ ହିନ୍ଦୁ ସଙ୍ଗଠନ ସବୁ ମୁଖ୍ୟମନ୍ତ୍ରୀ ଚୌହାନଙ୍କ ନିକଟରେ ଦାବି କରିଥିଲେ। ରାଜ୍ୟରେ ‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରକୁ କରମୁକ୍ତ କରିବା ଲାଗି ରାଜ୍ୟ ମନ୍ତ୍ରୀ ରାହୁଲ୍‌ କୋଠାରି ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ପତ୍ର ଲେଖିଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର