ମୁମ୍ବାଇ: ବଲିଉଡ୍‌ କଳାକାରମାନେ କେମିତି ଜୀବନ କାଟୁଥିବେ ବୋଲି ଆପଣଙ୍କ ଧାରଣା। ଆଜ୍ଞା ହଁ, ଏକଦମ ଠିକ୍‌ ଭାବୁଛନ୍ତି। ସେମାନେ ଖୁବ୍‌ ମଜା ମସ୍ତିର ସହ ଦିନ କାଟିଥାନ୍ତି। ସେମାନଙ୍କ ଜୀବନ ଶୈଳୀ ନିହାତି ମହଙ୍ଗା ଏହା ତ କହିବା ଆବଶ୍ୟକ ନୁହେଁ। ତେବେ, ସେହିପରି କିଛି ଷ୍ଟାର୍‌ଙ୍କ ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି।

Advertisment

publive-image

ଶାହାରୁଖ ଖାନ: ଶାହାରୁଖଙ୍କୁ ଖାଲିଟାରେ ଲୋକେ କିଙ୍ଗ୍‌ଖାନ୍‌ ବୋଲି କୁହନ୍ତି ନାହିଁ। ତାଙ୍କର ଲୋକପ୍ରିୟତା ସହ ରହଣୀ ଶୈଳୀକୁ ଲକ୍ଷ୍ୟ କଲେ ଯେ କେହି ବି ତାଙ୍କୁ ଜଣେ ରାଜାଙ୍କ ସହ ତୁଳନା କରିବସିବେ। ଶାହାରୁଖଙ୍କର ମୁମ୍ବାଇଠାରେ ଏକ ଛଅ ମହଲା ବିଶିଷ୍ଟ ଘର ରହିଛି, ଯାହାର ନାଁ ‘ମନତ’। ଶାହାରୁଖଙ୍କ ମନତତ ଦାମ ୩୨ ମିଲିୟନ୍‌ ଡଲାର। ୨୦୦୧ ମସିହାରେ ଶାହାରୁଖ ୨.୧ ମିଲିୟନ୍‌ ଡଲାରର ଏକ ଘର କିଣିଛନ୍ତି। ଖାନଙ୍କର ୧.୯ ମିଲିୟନ ଡଲାରର ‘ଭୁଗତି ଭେରନ୍‌’ ଗାଡ଼ି ବି ରହିଛି। ଯାହାକି ବିଶ୍ୱରେ ଥିବା କେତୋଟି ଦାମି ଗାଡ଼ି ଭିତରୁ ଅନ୍ୟତମ।

publive-image

ସଲମାନ ଖାନ: ଖୁବ୍‌ ଜୋର୍‌ ଗାଡ଼ି ଚଳାଇବାରେ ଏହି ଅଭିନେତାଙ୍କର ଖ୍ୟାତି ରହିଛି। ୨୦୧୪ ମସିହାରେ ଯେତେବେଳେ ଅଡିଆର୍‌ଏଡ୍‌୭ ସ୍ପୋର୍ସ ବ୍ୟାକ୍‌ ଗାଡ଼ି ଭାରତରେ ଲଞ୍ଚ୍‌ ହେଲା ତାହାକୁ ପ୍ରଥମେ ସଲମାନ କିଣିଥିଲେ। ସେତେବେଳେ ଗାଡ଼ିର ଦାମ ଥିଲା ୨୦୦,୦୦୦ ଡଲାର। ଏହା ବ୍ୟତୀତ ତାଙ୍କର ଆହୁରି ଗୁଡ଼ାଏ ଦାମିକିଆ ଗାଡ଼ି ସବୁ ମଧ୍ୟ ରହିଛି।

publive-image

ଅମିତାଭ ବଚ୍ଚନ: ବଲିଉଡ୍‌ର ଗଡଫାଦର ବୋଲାଉଥିବା ଅମିତାଭ ବଚ୍ଚନଙ୍କ ନିକଟରେ ଏକ ରୌପ୍ୟ ରଂଗର ରୋଲ୍‌ସ ରଏସ ଫାନ୍‌ଟମ୍‌ କାର୍‌ ଅଛି। କାର୍‌ର ଦାମ ୭୦୦,୦୦୦ ଡଲାର।

publive-image

ଜନ୍‌ ଆବ୍ରାହମ୍‌: ଜନ୍‌ଙ୍କର ୪୦୦୦ ବର୍ଗଫୁଟ୍‌ର ଏକ ଆପର୍ଟମେଣ୍ଟ ରହିଛି। ଆପାର୍ଟମେଣ୍ଟ୍‌ଟିର ନାଁ ‘ଭିଲା ଇନ୍‌ ଦ ସ୍କାଏ’। ଆପାର୍ଟମେଣ୍ଟ୍‌ଟି ୨ ମହଲା ବିଶିଷ୍ଟ।

publive-image

ଐଶ୍ୱର୍ଯ୍ୟା ରାୟ: ଦୁବାଇ ଏବେ ଅନେକ ବଲିଉଡ୍‌ ଷ୍ଟାର୍‌ମାନଙ୍କର ଦ୍ୱିତୀୟ ଘର ପାଲଟି ଗଲାଣି। ସେଠାରେ ଅନେକ ତାରକା ଛୁଟି କାଟିବାକୁ ପସନ୍ଦ କରୁଛନ୍ତି। ଦୁବାଇଠାରେ ନୀଳନୟନା ଐଶ୍ୱର୍ଯ୍ୟାଙ୍କର ଏକ ଘର ରହିଛି। ସେ ଏବଂ ତାଙ୍କ ସ୍ୱାମୀ ଅଭିଷେକ ଅନେକ ସମୟରେ ଯାଇ ସେଠାରେ ରହିଥାନ୍ତି।