ରମେଶ ଓ ରମା ପିଲାଟି ଦିନରୁ ପରସ୍ପରକୁ ଭଲପାଆନ୍ତି। ବଡ଼ ହେବା ପରେ ଦୁହେଁ ବାହାହେବା ଲାଗି ନିଷ୍ପତ୍ତି ନିଅନ୍ତି। ସମୟକ୍ରମେ ରମେଶ ରାଜସ୍ୱ ବିଭାଗର ଜଣେ ପଦସ୍ଥ ଅଧିକାରୀ ଭାବେ ନିଯୁକ୍ତ ହୁଏ। ଏଣେ ରମା ଏକ ଡାକ୍ତରଖାନାରେ କାର୍ଯ୍ୟ କରେ। କିନ୍ତୁ କୌଣସି କାରଣରୁ ରମେଶ ଓ ରମା ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ନାହିଁ। ଏ କ୍ଷେତ୍ରରେ ପ୍ରତିବନ୍ଧକ ଉପୁଜେ। କ’ଣ ଏହି ପ୍ରତିବନ୍ଧକ? କାହିଁକି ପିଲାଦିନର ପ୍ରେମୀଯୁଗଳ ଏକାଠି ହୋଇପାରନ୍ତି ନାହିଁ? ଶେଷରେ ଦୁହେଁ ଅବିବାହିତ ରହିଯାଆନ୍ତି।
ଏଭଳି ଏକ ଭିନ୍ନ ସ୍ବାଦର କାହାଣୀ ଆଧାରରେ ନିର୍ମାଣ ହେଉଛି ଓଡ଼ିଆ ଚଳଚ୍ଚିତ୍ର ‘ସାର୍’। ଏଥିରେ ରମେଶ ଭୂମିକାରେ ଅଭିନୟ କରିଛନ୍ତି ‘ଏସିପି ସାଗରିକା’, ‘କେହି ନୁହେଁ କାହାର’, ‘ଚୁପ୍ ଚୁପ୍ ଚୋରି ଚୋରି’, ‘କଥା ଦେଲି ମଥା ଛୁଇଁ’, ‘କଟି ପତଙ୍ଗ’ ଓ ‘ମାମା ୱେଡ୍ସ୍ ପାପା’ ଆଦି ଓଡ଼ିଆ ସିନେମାର ନାୟକ ଅଭିଷେକ ରଥ। ତେଣେ ରମା ଭୂମିକା ନିଭାଇଛନ୍ତି ଅର୍ଲିନ୍ ଅଙ୍କିତା, ଯାହାଙ୍କୁ ଦର୍ଶକ ଇତିମଧ୍ୟରେ ‘ମାୟାବୀ’, ‘ସନାତନୀ’ ଓ ‘ରାକେଟ୍’ ଆଦି ଓଡ଼ିଆ ଛବିରେ ଦେଖି ସାରିଛନ୍ତି।
ଦର୍ଶକ ପ୍ରଥମଥର ଲାଗି ଅଭିଷେକ-ଅର୍ଲିନ୍ ଅଙ୍କିତା ଯୋଡ଼ିଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇବେ। ଅଭିଜ୍ଞ କେଶବ ମଲ୍ଲିକ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଥିବା ବେଳେ ‘ଗଙ୍ଗଶିଉଳି’ ଫେମ୍ ଡକ୍ଟର କମଳଲୋଚନ ସାହୁ କାହାଣୀକାର, ସଂଳାପ ଲେଖକ ଓ ପ୍ରଯୋଜକ।
ରମେଶ-ରମାଙ୍କ ପ୍ରେମ କାହାଣୀ
ରମେଶ ଓ ରମା ପିଲାଟି ଦିନରୁ ପରସ୍ପରକୁ ଭଲପାଆନ୍ତି। ବଡ଼ ହେବା ପରେ ଦୁହେଁ ବାହାହେବା ଲାଗି ନିଷ୍ପତ୍ତି ନିଅନ୍ତି। ସମୟକ୍ରମେ ରମେଶ ରାଜସ୍ୱ ବିଭାଗର ଜଣେ ପଦସ୍ଥ ଅଧିକାରୀ ଭାବେ ନିଯୁକ୍ତ ହୁଏ। ଏଣେ ରମା ଏକ ଡାକ୍ତରଖାନାରେ କାର୍ଯ୍ୟ କରେ।
/sambad/media/media_files/2025/07/06/zaqwsx-2025-07-06-05-53-32.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)