ନିର୍ଦ୍ଦେଶକଙ୍କ ଖୁଲାସା : ସୁଟିଂ ସମୟରେ ଏହି କାରଣ ପାଇଁ ବାରମ୍ବାର କାନ୍ଦି ପକାଉଥିଲେ ପ୍ରିୟଙ୍କା
ମୁମ୍ବାଇ : ଅନେକ ଦିନର ବ୍ୟବଧାନ ପରେ ବଲିଉଡ୍କୁ ଫେରୁଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍’ ଜରିଆରେ ସେ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ତାଙ୍କ ସହ ନଜର ଆସୁଛନ୍ତି ଅଭିନେତା ଫର୍ହାନ ଅଖ୍ତାର ଓ ଅଭିନେତ୍ରୀ ଜାଇରା ଓ୍ଵସିମ୍ । ତେବେ ରିଲିଜ୍ ପୂର୍ବରୁ ଏହାର ସ୍କ୍ରିନିଙ୍ଗ୍ ଟୋରଣ୍ଟୋ ଇଣ୍ଟରନ୍ୟାସ୍ନାଲ ଫିଲ୍ମ ଫେଷ୍ଟିଭାଲରେ କରାଯାଇଥିଲା । ଫିଲ୍ମ ଦେଖିବା ପରେ ଲୋକେ ଏହାକୁ ପ୍ରଶଂସା କରିବା ସହ ପ୍ରିୟଙ୍କା ଭାବବିହ୍ଵଳ ହୋଇ ଯାଇଥିବା ଦେଖାଯାଇଥିଲା । ତେବେ ପ୍ରିୟଙ୍କାଙ୍କ ଏଭଳି ଭାବବିହ୍ଵଳ ହେବା ପଛର କାରଣ କହିଛନ୍ତି ନିର୍ଦ୍ଦେଶକ ସୋନାଲି ବୋଷ ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ଅନୁଯାୟୀ, ଫିଲ୍ମରେ ଏଭଳି ଅନେକ ଦୃଶ୍ୟ ରହିଛି, ଯାହାର ସୁଟ୍ କରିବା ସମୟରେ ପ୍ରିୟଙ୍କା କାନ୍ଦି ପକାଉଥିଲେ । ଏମିତି ବି କିଛି ଦୃଶ୍ୟ ରହିଥିଲା, ଯେଉଁଥିରେ ପ୍ରିୟଙ୍କା ନଥିଲେ ମଧ୍ୟ ଦୃଶ୍ୟ ଦେଖି ସେ କାନ୍ଦିବାକୁ ଲାଗିଥିଲେ । ତାଙ୍କୁ ବୁଝାଇବା କଷ୍ଟକର ହୋଇ ପଡ଼ିଥିଲା । କାନ୍ଦି କାନ୍ଦି ସେ ମୋତେ ବାରମ୍ବାର ବାରମ୍ବାର କ୍ଷମା ମାଗି ଚାଲିଥିଲେ । ଜଣେ ସନ୍ତାନ ହରାଇବାର ଦୁଃଖ କ’ଣ ତାହା ମୁଁ ଏବେ ବୁଝି ପାରିଲି ବୋଲି କହିଥିଲେ । ଆଇ ଆମ୍ ସରି ଫର୍ ଇସ୍ଲୁ କହି ସେ କାନ୍ଦି ଚାଲି ଥିଲେ ବୋଲି କହିଛନ୍ତି ସୋନାଲି ।
ସୂଚନା ମୁତାବକ, ସୋନାଲିଙ୍କ ପୁଅ ଇସଲୁ ଓରଫ ଇଶାନ ୧୬ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଫିଲ୍ମରେ ମଧ୍ୟ ପ୍ରିୟଙ୍କାଙ୍କ ଝିଅ ଭୂମିକାରେ ଥିବା ଜାଇରାଙ୍କୁ ଗମ୍ଭୀର ରୋଗ ଥିବାର କାହାଣୀ ରହିଛି । ଯାହା ପାଇଁ ସେ ଫିଲ୍ମର ସୁଟିଂ କରିବା ସମୟରେ ସୋନାଲିଙ୍କ କଷ୍ଟକୁ ଅନୁଭବ କରି ପାରି କାନ୍ଦୁଥିଲେ ପ୍ରିୟଙ୍କା ।