ଓଖା ଏକ୍ସପ୍ରେସ୍: ଦାଦନ ଶ୍ରମିକଙ୍କ କାହାଣୀ

‘ଓଖା ଏକ୍ସପ୍ରେସ୍‌’ କାହାଣୀଟି ଗଞ୍ଜାମ ଓ ସୁରତ ସହର ଉପରେ ଆଧାରିତ। ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ପ୍ରାୟ ଲକ୍ଷ ଲକ୍ଷ ଶ୍ରମିକ ଦାଦନ ଖଟିବାକୁ ଏହି ଓଖା ଏକ୍ସପ୍ରେସ୍‌ରେ ସୁରତ ଯାଇଥାନ୍ତି। ଯେଉଁଠି ଶ୍ରମିକମାନେ ସେଠାକାର ଗୁଣ୍ଡା, ମିଲ୍ ମାଲିକ ଓ ଠିକାଦାରମାନଙ୍କ ଅତ୍ୟାଚାର ଓ ଅନ୍ୟାୟର ଶିକାର ହେଇଥାନ୍ତି। ଶ୍ରମିକ ଅଜୟ ସୁରତର ପରିସ୍ଥିତି ଦେଖିବା ପରେ ତାଙ୍କ ମନରେ ବିଦ୍ରୋହ ଜାଗ୍ରତ ହେଉଛି ଏବଂ ସେ ତତକ୍ଷଣାତ୍ ଶପଥ ନେଉଛନ୍ତି ପ୍ରବାସୀ ଶ୍ରମିକମାନଙ୍କ ପାଇଁ କିଛି ଗୋଟେ ସମାଧାନର ବାଟ ତିଆରି କରିବେ। ତାଙ୍କ ସହ ପ୍ରବାସୀ ଶ୍ରମିକ ନରେଶର ଦେଖା ହେଉଛି। ଏ ଦୁହିଁଙ୍କୁ ଏକାଠି କରୁଛନ୍ତି ଚିଣ୍ଟୁ। ଅଜୟ ନରେଶ ଓ ଚିଣ୍ଟୁ ଏକାଠି ହୋଇ ସୁରତର ଶକ୍ତିଶାଳୀ ଗୁଣ୍ଡା ପୀତାମ୍ବରର ଜାଗା ନେବାକୁ ଯୋଜନା କରୁଛନ୍ତି। ଏହାପରେ କାହାଣୀ ଗତିଶୀଳ ହେଉଛି। ଶ୍ରୀକାନ୍ତ ଗୌତମଙ୍କ କାହାଣୀ ଓ ନିର୍ଦ୍ଦେଶିତ ଏହି ଓଟିଟି ସିରିଜ୍‌ ‘ଓଖା ଏକ୍ସପ୍ରେସ୍‌’। ଏଥିରେ ସୁଜିତ ଦେବ, ରାକେଶ, ମାନସୀ ପାଲ, ବାବୁ ପ୍ରଧାନ, ବିରାଜ ଦାସ, ଗୀତଗୋବିନ୍ଦ ଏବଂ ଆହୁରି କେତେଜଣ ନାମୀ କଳାକାର ଅଭିନୟ କରିଛନ୍ତି। ଚଳିତ ମାସ ୨ ତାରିଖରେ ଓଡ଼ିଶାର ପ୍ରିମିୟମ ଓଟିଟି ପ୍ଲାଟ୍‌ଫର୍ମ ‘କଞ୍ଚାଲଙ୍କା’ରେ ଏହା ଷ୍ଟ୍ରିମିଂ ହୋଇଛି।

ସମ୍ବନ୍ଧିତ ଖବର