ମୁକ୍ତିଲାଭ କଲା ‘ଦୃଶ୍ୟମ୍‌-୨’ର ଟ୍ରେଲର୍

ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ‘ଦୃଶ୍ୟମ-୨’ର ଟ୍ରେଲର୍‌ ମୁକ୍ତିଲାଭ କରିଛି। ହେଲେ ହିନ୍ଦୀରେ ନୁହେଁ, ମାଲାୟଲମ୍‌ ଭାଷାରେ। ୨୦୧୫ରେ ଏହି ଚଳଚ୍ଚିତ୍ର ହିନ୍ଦୀରେ ମୁକ୍ତିଲାଭ ହେବା ପୂର୍ବରୁ ୨୦୧୩ରେ ମାଲାୟଲମ୍ ଭାଷାରେ ଆସିଥିଲା। ପ୍ରଯୋଜକ ନିଶିକାନ୍ତ କାମତ୍ ଦୁଇ ବର୍ଷ ପରେ ଏହାକୁ ହିନ୍ଦୀ ଭାଷାରେ ରି-ମେକ୍ କରାଇଥିଲେ। ତେବେ ଅଜୟ ଦେବଗନ୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ହିନ୍ଦୀରେ ମୁକ୍ତିଲାଭ କରିବା ପରେ ଲୋକାଦୃତ ହୋଇଥିଲା। ଯେଉଁଥିପାଇଁ ପରେ ଏହାକୁ ତାମିଲ୍ ଭାଷାରେ ମଧ୍ୟ ରି-ମେକ୍ କରାଗଲା। ତେବେ ‘ଦୃଶ୍ୟମ-୨’କୁ ମୂଳ ଭାଷାରେ ମାଲାୟଲମ୍‌ରେ ତିଆରି କରାଯାଇଛି। ଏହା ଫେବ୍ରୁଆରି ୧୯ରେ ଆମାଜନ୍ ପ୍ରାଇମ୍‌ରେ ରିଲିଜ୍ ହେବ। ସୁପରଷ୍ଟାର ମୋହନଲାଲ୍ ଏଥିରେ ମୁଖ୍ୟ ଭୂମିକାରେ ନଜରରେ ଆସୁଛନ୍ତି। ଜୀବନସାରା ସେ ଉପାର୍ଜନ କରିଥିବା ସମସ୍ତ ପାରିଶ୍ରମିକକୁ କାମରେ ଲଗାଇ ଏକ ସିନେମା ପ୍ରେକ୍ଷାଳୟ ତିଆରି କରିବାକୁ ଚାହୁଛନ୍ତି। ହେଲେ ତାଙ୍କ ପତ୍ନୀ ଏହାକୁ ବିରୋଧ କରିବା ସହ ଏହି ଟଙ୍କାକୁ ସେ ତାଙ୍କ ଝିଅର ବାହାଘରରେ ଲଗାଇବାକୁ ଚାହୁଛନ୍ତି। ତେବେ ଏହା ମଧ୍ୟରେ ଏକ ଅଘଟଣ ଘଟି ପରିବାର ପୁଣିଥରେ ପୁଲିସ୍ ଯାଞ୍ଚର ସମ୍ମୁଖୀନ ହେଉଛି। ଏଭଳି ଏକ ସସପେନ୍ସ୍ କାହାଣୀ ଉପରେ ଆଧାର ହୋଇଥିବା ଏହି ଚଳଚ୍ଚିତ୍ର ପୁଣି ଥରେ ପୂର୍ବ ପରି ଲୋକାଭିମୁଖୀ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର