‘ମାଟି’ ପରେ ବଜାରକୁ ଆସିଲା ‘ତୃଷ୍ଣା’

ଭୁବନେଶ୍ବର: ଚଳିତ ମାସ ଦର୍ଶକଙ୍କୁ ଆମର ମ୍ୟୁଜିକ୍ ଭେଟି ଦେଇଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୃଷ୍ଣା’। ଏହି ଚଳଚ୍ଚିତ୍ରଟି ପୂଜା ବଜାରରେ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ଆମର ମ୍ୟୁଜିକ୍ ଓ ନବୀନ ଭଣ୍ଡାରୀଙ୍କ ମିଳିତ ପ୍ରଯୋଜନାରେ ନିର୍ମିିତ ଏଇ ଚଳଚ୍ଚିତ୍ର ପାଇଁ ନିର୍ମଳ ନାୟକ ଓ କୁମାରଶ୍ରୀ ସାହୁ ଗୀତ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଆମର ମ୍ୟୁଜିକ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ‘ତୃଷ୍ଣା’ ଫିଲ୍ମର ଗୀତକୁ ଶ୍ରୋତାମାନେ ପସନ୍ଦ କରିଛନ୍ତି।

ଏହି ସିନେମାରେ ଅଭିଷେକ ଗିରି, ଶୈଳେନ୍ଦ୍ର, ବିଘ୍ନେଶ, ଜ୍ୟୋତି ପଣ୍ଡା, ସମରେଶ, ପ୍ରଦ୍ୟୁମ୍ନ ଲେଙ୍କା, ଲିପ୍‌ସା ମିଶ୍ର ଏବଂ ସୁରମୟୀ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା‌ ଦେଇଛନ୍ତି ସୁରେଶ ପଟ୍ଟନାୟକ। ଏଥି ସହ ଡିଜିଟାଲ ମୁଖ୍ୟ ସୁରଜ୍ ମହାନତା, କଣ୍ଟେଣ୍ଟ ଅଧିଗ୍ରହଣ ମୁଖ୍ୟ ଦେବାଶିଷ ପଣ୍ଡା ଓ କ୍ରିଏଟିଭ ହେଡ୍ ଦାୟିତ୍ୱ ନିର୍ବାହ କରିଛନ୍ତି ପ୍ରଣୟ ଜେଠୀ। ପୂର୍ବରୁ ଆମର ମ୍ୟୁଜିକ ବ୍ୟାନରରେ ସବ୍ୟସାଚୀ, ଏଲିନା ଯୋଡ଼ିରେ ନିର୍ମିତ ‘ମାଲ ମହୁ ଜୀବନ ମାଟି’ ସିନେମାଟି ବେଶ୍ ସଫଳତା ପାଇଥିଲା, ‘ତୃଷ୍ଣା’ ସିନେମାକୁ ମଧ୍ୟ ଦର୍ଶକ ଗ୍ରହଣ କରୁଥିବାର ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର