ସୋନୁ ସୁଦ୍‌ଙ୍କୁ ପୂଜାକଲେ ଯୁବକ

ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇ ବାସ୍ତବ ଜୀବନର ନାୟକ ସାଜିଥିବା ସୋନୁ ସୁଦ୍‌ଙ୍କୁ ଜଣେ ଯୁବକ ପୂଜା କରୁଥିବା ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା‌ରେ ଲାଗିଛି। ଯୁବକଜଣକ ନିଜ ପୂଜାଘରେ ଅନ୍ୟ ସମସ୍ତ ଭଗବାନଙ୍କ ମୂର୍ତି ସହ ସୋନୁଙ୍କ ଫଟୋ ରଖି ପୂଜା କରୁଥିବାର ଫଟୋ ଟ୍ବିଟର୍‌ରେ ସେୟାର୍‌ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ଯିଏ ମା’ ସହ ସାକ୍ଷାତ କରାଇଦିଏ, ସେ ଭଗବାନ୍‌। ସୋନୁ ସୁଦ୍‌ଙ୍କ ଭଳି ସବୁ ମଣିଷ ଭଗବାନ୍‌ ନୁହଁନ୍ତି। ଏହାକୁ ଅନେକ ଲୋକ ଲାଇକ୍‌ କରିଥିବା ବେଳେ ସୋନୁ ପ୍ରତିକ୍ରିୟାରେ ଲେଖିଛନ୍ତି, ଭାଇ ଏମିତି କରନାହିଁ। ମା’ଙ୍କୁ କୁହ, ପ୍ରତିଦିନ ମୋ ପାଇଁ ବି ଟିକେ ପ୍ରାର୍ଥନା କରିବେ। ସବୁ ଠିକ୍‌ ହେଇଯିବ। ସୋନୁଙ୍କ ଏହି ଟ୍ବିଟ୍‌କୁ ୧୬ହଜାର ଲାଇକ୍‌ ଆସିଛି। ପ୍ରବାସୀମାନଙ୍କୁ ଘରକୁ ପଠାଇବାରେ ଏହି ଅଭିନେତାଙ୍କ ତତ୍ପରତା ସାରା ଦେଶରେ ଚର୍ଚ୍ଚିତ ହୋଇଛି। ଗତକାଲି ଆଉ ଏକ ହଜାର ପ୍ରବାସୀଙ୍କୁ ଥାନେରୁ ସେ ଉତ୍ତରପ୍ରଦେଶ ଓ ବିହାରକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର