ମୁମ୍ବାଇ: ଇତିହାସରେ ପ୍ରଥମ। ବଲିଉଡରେ ପ୍ରଥମ ଥର ପାଇଁ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ସିନେମା କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଚଳିଚ୍ଚିତ୍ର ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ପ୍ରଯୋଜକ କୁମାର ତୌରାନୀ। ଏନେଇ ସେ ଶୀଲା ରେଡ୍ଡିଙ୍କ ବହିର କପି ରାଇଟ୍ କିଣିଛନ୍ତି । ବଲିଉଡରେ ବର୍ତ୍ତମାନ ଯାଏ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ ସିନେମା ନିର୍ମାଣ କରାଯାଇଛି । ଯାହାଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଭଗତ ସିଂ, ସର୍ଦ୍ଦାର ପଟେଲଙ୍କ ସହିତ ଅନେକ ସ୍ୱାଧିନତା ସଂଗ୍ରାମୀ ରହିଛନ୍ତି । ହେଲେ ବଲିଉଡରେ ପ୍ରଥମଥର ପାଇଁ ବିବାଦୀୟ ନେତା ତଥା ଭାରତକୁ ବଭାଜିତ କରିବାର ମୁଖ୍ୟ ସୂତ୍ରଧର ପାକିସ୍ତାନର ଜନକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ସିନେମା ନିର୍ମାଣ ହେବ। ପାକିସ୍ତାନ ଓ ଅଲ ଇଣ୍ଡିଆ ମୁସଲିମ୍ ଲିଗର ସଂସ୍ଥାପକ ଜିନ୍ନାଙ୍କୁ ନେଇ ବି ୱେବସିରିଜ ନିର୍ମାଣ ହେବ ବୋଲି ସୂଚନା ମିଳିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ପ୍ରଯୋଜକ କୁମାର ତୌରାନୀ ଶିଲା ରେଡ୍ଡିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ମିଷ୍ଟର ଆଣ୍ଡ ମିସେସ୍ ଜିନ୍ନା’ ଦି ମ୍ୟାରେଜ ଦାଟ୍ ସୋକ୍ ଇଣ୍ଡିଆର କପି ରାଇଟ୍ସ କିଣିଛନ୍ତି । ଏନେଇ ବି ସ୍ପଷ୍ଟ କରିଛନ୍ତି ପ୍ରଯୋଜକ ତୌରାନୀ । ତୌରାନୀ କହିଛନ୍ତି କି ଏହା ସତ୍ୟ ଯେ ମୁଁ ଏହି ପୁସ୍ତକର କପି ରାଇଟ୍ସ କିଣିଛି । ହେଲେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ କି ଏହାକୁ ନେଇ ସିନେମା କରାଯିବ କି ୱେବ୍ ସିରିଜ । ଏନେଇ ଏକ କ୍ରିଏଟିଭ୍ ଟିମର ଆବଶ୍ୟକତା ରହିଛି । ଯାହା ମଧ୍ୟରେ ଲେଖକ, କ୍ରିଏଟିଭ୍ ନିର୍ଦ୍ଦେଶକଙ୍କର ଆବଶ୍ୟକ ରହିଛି । ତୌରାନୀ ଆହୁରି କହିଛନ୍ତି କି ଶୀଲା ରେଡ୍ଡିଙ୍କର ପୁସ୍ତକରେ ଜିନ୍ନାଙ୍କ ରାଜନୈତିକ ଯାତ୍ରା ସହିତ ସ୍ୱତନ୍ତ୍ରତା ସଂଗ୍ରାମରେ ତାଙ୍କର ଭୂମିକା ଲେଖା ଯାଇଛି । ହେଲେ ସିନେମା କରିବାକୁ ହେଲେ ଏହା ମଧ୍ୟରେ କିଛି ରୋଚକ ଦୃଶ୍ୟ ଦେଖାଇବାକୁ ପଡ଼ିବ ।
ଏହାକୁ ନେଇ ସିନେମା ଆରମ୍ଭ କରିବାକୁ ଥିବାବେଳେ ଦେଶରେ ଜିନ୍ନାଙ୍କୁ ନେଇ ବିଭିନ୍ନ ବିବାଦ ରହିଛି। ଭାରତୀୟମାନଙ୍କ ମତରେ ଜିନ୍ନା ଜଣେ ବିଭାଜନକାରୀ । ଦେଖିବାକୁ ବାକି ରହିଲା ଏନେଇ ସିନେମା ହେଉ କି ୱେବ୍ ସିରିଜ । ଏହାର ପ୍ରସାରଣ ବେଳେ ବିବାଦ ଉପୁଜିବା ଥୟ।