‘ସଡ଼କ-୨’ରେ ସୁଶାନ୍ତଙ୍କୁ ନେବାର କୌଣସି ଯୋଜନା ନ ଥିଲା

ସଡ଼କ-୨ର ମୁଖ୍ୟ ନାୟକ ଭାବେ ସୁଶାନ୍ତ ସିଂହ ରାଜପୁତଙ୍କୁ କେବେ ବି ନେବାକୁ ଯୋଜନା ହୋଇନଥିଲା। ଓଲଟା ସୁଶାନ୍ତ ନିଜେ ମହେଶ ଭଟ୍ଟଙ୍କ ସହ କାମ କରିବାକୁ ଓ ସଡ଼କ-୨ ଚଳଚ୍ଚିତ୍ରର ଏକ ଅଂଶ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଗତକାଲି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ଜେରା ସମୟରେ ମୁମ୍ବାଇ ପୁଲିସ ଆଗରେ ଏହି ବୟାନ ଦେଇଛନ୍ତି ମହେଶ ଭଟ୍ଟ। ମହେଶ ଆହୁରି କହିଛନ୍ତି, ଏହି ଚଳଚ୍ଚିତ୍ର ’ସଡ଼କ’ ଚଳଚ୍ଚିତ୍ରର ସିକ୍ବେଲ ହୋଇଥିବାରୁ ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତଙ୍କୁ ହିଁ ନିଆଯିବାର ଯୋଜନା ରହିଥିଲା। ସୁଶାନ୍ତଙ୍କ ସହ ମୋର ମାତ୍ର ୨ ଥର ସାକ୍ଷାତ ହୋଇଛି। ୨୦୧୮ରେ ପ୍ରଥମ ଥର ଯେବେ ସୁଶାନ୍ତ ମତେ ଦେଖା କରିବାକୁ ଆସିଥିଲେ ଓ ଦ୍ବିତୀୟ ଥର ଗତ ଫେବ୍ରୁଆରିରେ ସୁଶାନ୍ତ ଅସୁସ୍ଥ ଥିବା ବେଳେ ମୁଁ ତାଙ୍କୁ ଦେଖା କରିବାକୁ ଯାଇଥିଲି। ତେବ‌େ ଆମ କାମକୁ ନେଇ କିମ୍ବା ଚଳଚ୍ଚିତ୍ର ବିଷୟରେ ଆମ ଭିତରେ କେବେ ବି କିଛି ଆଲୋଚନା ହୋଇନାହିଁ। ପ୍ରକାଶଥାଉ କି, ଏହା ପୂର୍ବରୁ ମୁମ୍ବାଇ ପୁଲିସ ସଞ୍ଜୟ ଲୀଳା ବଂଶାଳୀ, ଆଦିତ୍ୟ ଚୋପ୍ରା ଓ କଙ୍ଗନା ରଣାୱତ୍‌ଙ୍କ ବୟାନ ରେକର୍ଡ କରିସାରିଛି।

ସମ୍ବନ୍ଧିତ ଖବର