ଆଜିର ସମୟରେ ପ୍ରେମରେ ଧୋକା କୌଣସି ବଡ଼ କଥା ନୁହେଁ। ତେଣିକି ସେ ବିବାହ ପୂର୍ବରୁ କି ପରେ। ଆଜି ଆମେ ଆପଣଙ୍କୁ ଟିଭି ଦୁନିଆର ଏମିତି କିଛି ସେଲିବ୍ରିଟିଙ୍କ ବିଷୟରେ ଜଣାଇବୁ, ଯେଉଁମାନେ ସେମାନଙ୍କ ପାର୍ଟନରଙ୍କ ସହିତ ଧୋକା କରିବାରେ ଟିକେ ହେଲେ ବି ବିଳମ୍ବ କରିନାହାନ୍ତି। ଆସନ୍ତୁ ଜାଣିବା ସେମିତି କିଛି ଟେଲିଭିଜନ୍ ପରଦାର ଲୋକପ୍ରିୟ ସେଲିବ୍ରିଟିଙ୍କ ବିଷୟରେ.....
/sambad/media/post_attachments/wp-content/uploads/2018/07/abinash-sachdeva-300x225.jpg)
୧-ଅବିନାଶ ସଚଦେବ: ଜି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିଏଲ୍ ‘ଛୋଟି ବୋହୂ’ର ଲିଡ୍ ଆକ୍ଟର ଅବିନାଶ ସଚଦେବ ସେ ସମୟରେ ସେହି ସିରିୟଲ୍ର ମୁଖ୍ୟ ଅଭିନେତ୍ରୀ ରୁବିନାଙ୍କୁ ଭଲ ପାଉଥିଲେ। ହେଲେ ଦୀର୍ଘଦିନର ପ୍ରେମ ସଂପର୍କ ପରେ ଅବିନାଶ ସଚଦେବ ଶେଷରେ ରୁବିନାଙ୍କୁ ଧୋକା ଦେଇ ଅଭିନେତ୍ରୀ ଶାଲମଲୀଙ୍କ ସହିତ ବିବାହ ରଚିଥିଲେ।
/sambad/media/post_attachments/wp-content/uploads/2018/07/ankit-gera-300x157.jpg)
୨-ଅଙ୍କିତ ଗେର୍: ଜି-ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ସପ୍ନେ ସୁହାନେ ଲଡକ୍ପନ୍’ର ମୁଖ୍ୟ ଅଭିନେତା ଅଙ୍କିତ୍ ଗେର୍ ଏକା ସାଙ୍ଗରେ ଦୁଇ ଦୁଇ ଜଣଙ୍କ ସହିତ ସଂପର୍କରେ ରହିଥିଲେ। ଗୋଟିକରେ ସେ ତାଙ୍କର କୋ-ଷ୍ଟାର୍ ରୂପଲ୍ ତ୍ୟାଗିଙ୍କ ସହିତ ପ୍ରେମସଂପର୍କରେ ରହିଥିବାବେଳେ ଅନ୍ୟପଟରେ ଅଭିନେତ୍ରୀ ଅଦା ଖାନ୍ଙ୍କ ସହିତ ବି ପ୍ରେମସଂପର୍କ ରଖିଥିଲେ।
/sambad/media/post_attachments/wp-content/uploads/2018/07/krushna-abhishek-300x240.jpg)
୩-କୃଷ୍ଣା ଅଭିଷେକ: କମେଡ଼ି ଅଭିନେତା କୃଷ୍ଣା ଅଭିଷେକ ଗର୍ଲଫ୍ରେଣ୍ଡ୍ କଶ୍ମୀରା ଶାହଙ୍କୁ ଧୋକା ଦେଇ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କୁ ଡେଟ୍ କରୁଥିଲେ। ଯେଉଁ କାରଣରୁ ଅଭିନେତ୍ରୀ କାଶ୍ମୀରା ଅଭିନେତା କୃଷ୍ଣାଙ୍କୁ ଜଲଦି ବିବାହ କରିବାକୁ କହିଥିଲେ।
/sambad/media/post_attachments/wp-content/uploads/2018/07/Deepika-Kakar-300x200.jpg)
୪- ଦୀପିକା କକ୍କଡ଼: ଏଥିସହିତ କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଟିଭି ସିରିୟଲ୍ ‘ସସୁରାଲ୍ ସିମର୍ କା’ର ଲିଡ୍ ଅଭିନେତ୍ରୀ ଦୀପିକା କକ୍କଡ଼ ଟେଲିଭିଜନ ଜଗତକୁ ଆସିବା ପୂର୍ବରୁ ବିବାହିତା ଥିଲେ ବି କୋ-ଆକ୍ଟର ସୋଏବ୍ ପ୍ରେମରେ ପଡି ସେ ତାଙ୍କର ପୂର୍ବ ପତିଙ୍କୁ ଧୋକା ଦେଇଥିଲେ।
/sambad/media/post_attachments/wp-content/uploads/2018/07/download-5-7.jpg)
୫-ସୃତି ଝା:ଜି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିୟଲ୍ ‘କୁମ୍କୁମ୍ ଭାଗ୍ୟ’ର ଲୋକପ୍ରିୟ ଅଭିନେତ୍ରୀ ସୃତି ଝା ବି ଧୋକା ଦେବା ଶ୍ରେଣୀରେ ଆଗରେ ରହିଛନ୍ତି । ତେବେ ପୂର୍ବରୁ ସୃତି ହର୍ଷଦ ଚୋପ୍ରାଙ୍କୁ ଡେଟ୍ କରୁଥିବାବେଳେ,ଏବେ ସେ ତାଙ୍କ ପୂର୍ବ ପ୍ରେମିକ ହର୍ଷଦଙ୍କର ବନ୍ଧୁ କୁନାଲ୍ କରଣ କପୁରଙ୍କୁ ଡେଟ୍ କରୁଛନ୍ତି। ଯେଉଁ କାରଣକୁ ନେଇ ସେ ପ୍ରେମିକ ହର୍ଷଦଙ୍କୁ ଧୋକା ଦେବାକୁ ପଛାଇ ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/098765-2.jpg)