ଆଲିଆ ଭଟ୍ଟଙ୍କ ସହ ଏହି ସବୁ ଅଭିନେତ୍ରୀଙ୍କର ନାହିଁ ଭାରତୀୟ ନାଗରିକତା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଭାବେ ଏମାନେ ଖୁବ ପରିଚିତ | ଏମାନଙ୍କ ଅଭିନୀତ ଫିଲ୍ମ ଭାରତରେ ଖୁବ ଭଲ ବ୍ୟବସାୟ କରେ, କିନ୍ତୁ ଏମାନଙ୍କ ପାଖରେ ନାହିଁ ଭାରତୀୟ ନାଗରିକତା | ଆଜି ଆମେ ବଲିଉଡର ଏହି ସବୁ ଅଭିନେତ୍ରୀଙ୍କ ବାବଦରେ କହିବୁ ଯେଉଁମାନେ ଆମ ଦେଶର ନୁହେଁ ବରଂ ଅନ୍ୟ ଦେଶର ନାଗରିକ |
୧. କ୍ୟାଟ୍ରିନା କୈଫ – ବ୍ରିଟିଶ
ବଲିଉଡର ଅନ୍ୟତମ ସଫଳ ହିରୋଇନ୍ କ୍ୟାଟ୍ରିନା କୈଫ, ହଂକଂରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ବ୍ରିଟିଶ ନାଗରିକତା ରହିଛି | ତାଙ୍କ ପିତା କାଶ୍ମୀରୀ ଏବଂ ମାତା ବ୍ରିଟିଶ ଥିଲେ ବି ସେ ବର୍ତ୍ତମାନ ଭାରତରେ ରହୁଛନ୍ତି ଏବଂ ବଲିଉଡର ଅନେକ ସଫଳ ଫିଲ୍ମରେ ଅଭିନୟ କରିଛନ୍ତି |
୨.ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍-ଶ୍ରୀଲଙ୍କା
ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଜଣେ ଶ୍ରୀଲଙ୍କା ଅଭିନେତ୍ରୀ ଯିଏ ୨୦୦୬ ରେ ମିସ୍ ଶ୍ରୀଲଙ୍କା ୟୁନିଭର୍ସ ଟାଇଟଲ୍ ଜିତିଥିଲେ। ଜ୍ୟାକଲିନ୍ ୨୦୦୯ ରେ ନିର୍ଦ୍ଦେଶକ ସୁଜୟ ଘୋଷଙ୍କ ଚଳଚ୍ଚିତ୍ର ‘ଆଲାଦ୍ଦିନ’ରେ ବଲିଉଡରେ ଡେବ୍ୟୁ କରିଥିଲେ |

image source-ndtv

୩.ଆଲିଆ ଭଟ୍ଟ – ବ୍ରିଟିଶ୍
ଭଟ୍ଟ ତନୟା ଆଲିଆଙ୍କ ବାବଦରେ ତ ଆପଣ ଜାଣିଥିବେ | ଯଦି ଆପଣ ଭାବୁଥାନ୍ତି ଯେ ସେ ଜଣେ ଭାରତୀୟ, ତେବେ ଏହା ସତ ନୁହେଁ | ଆଲିଆ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କର ଝିଅ ହୋଇଥିଲେ ବି ସେ ଜଣେ ଭାରତୀୟ ନାଗରିକ ନୁହଁନ୍ତି | ଆଲିଆ ଜଣେ ବ୍ରିଟିଶ ନାଗରିକ। ଆଲିଆଙ୍କ ମା ମଧ୍ୟ ବ୍ରିଟେନର ନାଗରିକ।
୪.ନର୍ଗିସ୍ ଫାକରି – ଆମେରିକୀୟ
ନର୍ଗିସ୍ ଫାକରି ଜଣେ ଆମେରିକୀୟ ଅଭିନେତ୍ରୀ ଯିଏକି ରଣବୀର କପୁରଙ୍କ ସହ ଫିଲ୍ମ ‘ରକଷ୍ଟାର’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ନର୍ଗିସଙ୍କ ପରିବାର ପାକିସ୍ତାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ହୋଇଥିବାବେଳେ ତାଙ୍କର ଆମେରିକୀୟ ନାଗରିକତ୍ବ ରହିଛି |

ସମ୍ବନ୍ଧିତ ଖବର