ଏହି ବଲିଉଡ୍‌ ଅଭିନେତ୍ରୀମାନଙ୍କର ରହିଛି ସଲମାନଙ୍କ ସହ କାମ କରିବାର ଇଚ୍ଛା!

ବଲିଉଡର ସୁପରଷ୍ଟାର ଏବଂ ବ୍ୟାଚଲର ଭାଇଜାନ୍‌ ସଲମାନ ଖାନ୍‌ଙ୍କ କ୍ରେଜ୍‌ ସମସ୍ତଙ୍କ ମଧ୍ୟରେ ରହିଛି । ବଲିଉଡ କଳାକାରମାନଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସହ କାମ କରିବାକୁ ଚାହାନ୍ତି । ବୟସ ବଢ଼ିବା ସହିତ ତାଙ୍କ କ୍ରେଜ୍‌ ମଧ୍ୟ ବଢ଼ିବାରେ ଲାଗିଛି । ଦୀର୍ଘ ତିନି ଦଶନ୍ଧି ଧରି ସେ ବଲିଉଡରେ ରାଜ୍‌ କରି ଆସୁଛନ୍ତି । ତାଙ୍କର ଅଭିନୀତ ୧୧ ଟି ଫିଲ୍ମ ୧୦୦କ୍ଲବ୍‌ରେ ସାମିଲ ହୋଇଥିବା ବେଳେ ବଲିଉଡର କିଛି ଅଭିନେତ୍ରୀ  ତାଙ୍କ ସହ କାମ କରିବାକୁ ସ୍ୱପ୍ନ ଦେଖନ୍ତି ।

ସେମାନଙ୍କ ମଧ୍ୟରେ ଅଛନ୍ତି:

 

ଦୀପିକା ପାଦୁକୋନ

ବଲିଉଡରେ ଜଣେ  ଚର୍ଚ୍ଚିତ ଚେହେରା ହୋଇସାରିଥିଲେ ମଧ୍ୟ ଭାଇଜାନ ସଲମାନଙ୍କ ସହ କାମ କରିବା ତାଙ୍କର ସ୍ୱପ୍ନ ବୋଲି କହିଛନ୍ତି ଦୀପିକା ପାଦୁକୋନ । ସମୟ ଅଭାବରୁ ସଲମାନଙ୍କ ସହ କିଛି ଫିଲ୍ମ ସେ ରିଜେକ୍ଟ୍‌ କରିଥିଲେ ମଧ୍ୟ ଦିନେ ନା ଦିନେ ସେ ଏହି ସୁଯୋଗକୁ ହାତେଇବେ ବୋଲି କହିଛନ୍ତି ଦୀପିକା । ଆଗକୁ ରିଲିଜ୍‌ ହେବାକୁ ଯାଉଛି ଦୀପିକା ପାଦୁକୋନ, ରଣବୀର କପୁର ଏବଂ ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ପଦ୍ମାବତୀ । ଏହାର ନର୍ଦ୍ଦେଶନା ଦେଇଛନ୍ତି ସଂଜୟ ଲୀଲା ଭଂସାଲି ।

 

ଆମ୍ମୀ ଜାକ୍ସନ

ଖବର ଆସିଥିଲା କି ବ୍ରିଟସ୍‌ ସୁନ୍ଦରୀ ଆମ୍ମୀ ଜାକ୍ସନ ସଲମାନଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି । ଏହି ଖବର ଉପରେ ନିଜର ପ୍ରତିକ୍ରିୟା ରଖି ଆମ୍ମୀ କହିଛନ୍ତି, ସଲମାନଙ୍କ ସହ କାମ କରିବା ମୋର ସ୍ୱପ୍ନ,ଯାହାକି ଖୁବ୍‌  ଶୀଘ୍ର ସତ ହେବ । ବଲିଉଡର ଅନ୍ୟ ଦାମୀ କଳାକାର ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ସହ କାମ କରିସାରିଥିବା ଆମ୍ମୀ ସଲମାନଙ୍କ ସହ କାମ କରିବା ତାଙ୍କ ସ୍ୱପ୍ନ ବୋଲି କହିଛନ୍ତି । ଏହା ପୁର୍ବରୁ ସେ ସଲମାନ ଖାନ୍‌ଙ୍କ ପ୍ରଯୋଜିତ ଫଲ୍ମ ‘ଫ୍ରିକ୍ରି ଅଲ୍ଲୀ’ରେ କାମ କରିସାରିଛନ୍ତି ।

 

ଆଲିଆ ଭଟ୍ଟ

ସୁଯୋଗ ମିଳିଲେ ସଲମାନଙ୍କ ସହ କାମ କରିବାକୁ ପସନ୍ଦ କରିବି ବୋଲି ଏକ ଆଓ୍ଵାର୍ଡ ସୋରେ କହିଥିଲେ ଆଲିଆ ଭଟ୍ଟ । ପ୍ରେସ୍‌ କନ୍‌ଫରେନ୍ସ ଚାଲିଥିବା ବେଳେ ଜଣେ ସମ୍ବାଦିକ ସଲମାନଙ୍କ ସହ କାମ କରିବାକୁ ଆପଣ ପସନ୍ଦ କରିବେ କି ବୋଲି ପଚାରିବାରୁ ସେ ତୁରନ୍ତ ହଁ ଭରିଥିଲେ । ଅନ୍ୟ ପକ୍ଷରେ ସଲମାନ କହିଥିଲେ ‘ପାପା ଦି ଗ୍ରେଟ୍‌’ର ରିମେକ୍‌ ହେଲେ ଆମେ ଦୁଇ ଜଣ ସେଥିରେ କାମ କରିବୁ ।

 

କ୍ରିତି ସନୋନ୍‌

ଦିଲଓ୍ଵାଲେରେ ଶହାରୁଖ୍‌ଙ୍କ ସହ କାମ କରି ସାରିବା ପରେ ଏବେ ସଲମାନଙ୍କ ସହ କାମ କରିବାକୁ ଇଛା କରିଛନ୍ତି କ୍ରିତି ସନୋନ୍‌ । କମ୍‌ ସମୟ ଭିତରେ ବଲିଉଡ଼ରେ ନିଜର ଜାଗା ବନେଇବାରେ ସଫଳ ହୋଇଛନ୍ତ କ୍ରିତି । ତାଙ୍କର ଶେଷ ରିଲିଜ୍‌ ହୋଇଥିବା ଫିଲ୍ମ ଥିଲା ‘ବରେଲି କି ବର୍ଫି’ । ଏଥିରେ ସେ ଆୟୁଷମାନ ଖୁରାନାଙ୍କ ସହ ଦେଖା ଦେଇଥିଲେ ।

 

 

ସାୟେସା ସୌଗଲ

ମିଳିଥିବା ଖବର ଅନୁଯାୟୀ ସଲମାନ ହିଁ ସାୟେସାଙ୍କୁ ବଲିଉଡରେ ବ୍ରେକ୍‌ ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ଶିବାୟରେ ତାଙ୍କୁ ନେବା ପାଇଁ ସଲମାନ ଫିଲ୍ମ ନିର୍ମାତାଙ୍କୁ କହିଥିଲେ । ସଲମାନଙ୍କ ସହ ସ୍କ୍ରିନ ସେୟାର କରିବା ସହିତ ତାଙ୍କ ସହ ରୋମାନ୍ସ କରିବାର ଇଚ୍ଛା ରଖିଛନ୍ତି ସାୟେସା ।

 

ଆକାଂସା ପୁରି

ମୋର ଅଭିନେତ୍ରୀ ହେବାର ମୁଖ୍ୟ କାରଣ ହେଉଛନ୍ତି ସଲମାନ ବୋଲି କହିଛନ୍ତି ପ୍ରଥମ ଥର ପାଇଁ କ୍ୟାଲେଣ୍ଡର ଗାର୍ଲରେ ଦେଖା ଦେଇଥିବା ଅଭିନେତ୍ରୀ ଆକାଂସା ପୁରି । ସୁଯୋଗ ମିଳିଲେ ସେ ସଲମାନଙ୍କ ସହ କାମ କରିବାକୁ ପସନ୍ଦ କରିବେ ବୋଲି କହିଛନ୍ତି ଆକାଂସା ।

ମାହିରା ଖାନ୍‌

ବଲିଉଡର କିଙ୍ଗ୍‌ ଖାନ୍‌ ଶହାରୁଖ୍‌ଙ୍କ ସହ କାମ କରି  ସାରିଥିବା ମାହିରା ଏବେ ଦବଙ୍ଗ ଖାନ୍‌ଙ୍କ ସହ କାମ କରିବାକୁ  ଇଚ୍ଛା ପ୍ରକାଶ କରିଛନ୍ତି । ସୁଯୋଗ ମିଳିଲେ ସେ ଏହାକୁ କେବେବି ହାତଛଡ଼ା କରିବେନି ବୋଲି କହିଛନ୍ତି ମାହିରା ।

 

ସମ୍ବନ୍ଧିତ ଖବର