ମୁମ୍ବାଇ: ସୁରଭିନ୍ ଚାଓ୍ଵଲା:- ‘ହେଷ୍ଟ୍ ଷ୍ଟୋରି-୨’ର ଚର୍ଚ୍ଚିତ ନାୟିକାସୁରଭିନ୍୍ ଚାଓ୍ଵଲା ତାଙ୍କ ବିବାହର ୨ ବର୍ଷ ପରେ ହିଁ ନିଜେ ନଜର ବାହାଘରକୁ ନେଇ ସୋସିଆଲ ମିଡ଼ିଆରେ ଖୁଲାସା କରିଥିଲେ। ଏଥିସହିତ ସେ ବର୍ଷ ୨୦୧୭ ଡ଼ିସେମ୍ବରରେ ତାଙ୍କର ବୟଫ୍ରେଣ୍ଡ୍ ଅକ୍ଷୟ ଠକ୍କରଙ୍କୁ ଇଟାଲିରେ ୨୦୧୫ରେ ବିବାହ କରିଥିବାର ଜଣାଇଥିଲେ।ତେବେ ଅକ୍ଷୟ ଏବଂ ସୁରଭିନ୍୍ଙ୍କର ସାକ୍ଷାତ୍ ତାଙ୍କର ଜଣେ ବନ୍ଧୁଙ୍କ ଜରିଆରେ ହୋଇଥିଲା। ଏହି ବାହାଘରେ ଉଭୟ ପରିବାରର ସଦସ୍ୟ ଓ ହତଗଣତି କେତେକ ବନ୍ଧୁ ସାମିଲ୍ ରହିଥିଲେ।
/sambad/media/post_attachments/wp-content/uploads/2018/07/surveen-chawla-759-300x167.jpg)
ଆାଦିତ୍ୟ ଚୋପ୍ରା-ରାଣୀ ମୁଖାର୍ଜୀ:- ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଓ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ବାହାଘର ଖବର ଦର୍ଶକ ବର୍ଷ ୨୦୧୪ରେ ହିଁ ଜାଣିବାକୁ ପାଇଥିଲେ। ସୂଚନା ଅନୁସାରେ ନିର୍ମାତା ଆଦିତ୍ୟ ଚୋପ୍ର ଓ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଇଟାଲୀରେ ତାଙ୍କର କେତେକ ଖାସ୍ ବନ୍ଧୁ ଏବଂ ସଂପର୍କୀୟଙ୍କ ଗହଣରେ ଗୋପନରେ ବିବାହ କରିଥିଲେ।ଏହି ଯୋଡ଼ିଙ୍କ ମଧ୍ୟରେ ଆଫେଆର୍ ରହିଥିବାର ବହୁ ପୂର୍ବରୁ ଶୁଣାଯାଉଥିଲେ ବି ଉଭୟଙ୍କ ବାହାଘର ଖବର ୨୦୧୪ରେ ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Rani-Aditya-image.jpg)