ଫଟୋରେ ଟେଲିଫୋନ୍‌ ଧରି ବସିଥିବା ଏହି କୁନି ବାଳକ ଜଣକ କିଏ କହିପାରିବେ?

ମୁମ୍ବାଇ: କହିଲେ ଦେଖି ଏହି ଫଟୋରେ ଫୋନ୍‌ ଧରି ବସିଥିବ‌ା ଏହି ସୁପର୍‌ଷ୍ଟାର୍‌ ବଲିଉଡ୍‌ ତାରକା ଜଣକ କିଏ? ପୂର୍ବରୁ ଆମେ ଅନେକ ବଲିଉଡ୍‌ ସେଲିବ୍ରେଟିମାନଙ୍କର ପିଲାଦିନର ଫଟୋ ଦେଖି‌ଛେ। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଚେହେରା ବଡ଼ ହେବା ପରେ ବି ବିଶେଷ ପରିବର୍ତ୍ତନ ହୋଇନଥାଏ। ଆଉ କିଛି ଜଣଙ୍କ ଚେହେରା ଆଦୌ ଚିହ୍ନି ହୁଏ ନାହିଁ। ନିକଟରେ କିଛି ମାସ ହେବ ସୋସିଆଲ୍‌ ମିଡିଆରେ ବହୁ ସେଲିବ୍ରେଟିଙ୍କ ଫଟୋ ଭାଇରାଲ୍‌ ହେଉଛି। ଆମେ ଆଜି ଜଣେ ସେଲିବ୍ରେଟିଙ୍କର ପିଲାଦିନ ଫଟୋ ଦେଖାଇଛୁ। ତାହାକୁ ଏବେ ଆପଣ ଚିହ୍ନନ୍ତୁ ଯେ ସେ କିଏ? ଆପଣଙ୍କ ଜାଣିବାକୁ ସୁବିଧା ହେବ ବୋଲି କହିଦଉଛୁ ଯେ ସେ ଜଣେ ସୁପର୍‌ଷ୍ଟର୍‌। ତାଙ୍କର ଦେହାନ୍ତ ହୋଇସାରିଛି।

 

 

View this post on Instagram

 

A post shared by Manav Manglani (@manav.manglani)

ଫଟୋରେ ୩ ଜଣ ଦୃଶ୍ୟମାନ ‌ହୋଇଛନ୍ତି। ଏହି ୩ ଜଣ ‌ ହେଉଛନ୍ତି ଭାଇଭଉଣୀ। ଦୁଇ କଡ଼ରେ ୨ ଭାଇ ବସିିଥିବା ବେଳେ ମଝିରେ ବସିଛନ୍ତି ଭଉଣୀ। ୩ ଜଣଙ୍କ ମଧ୍ୟରୁ ବଡ଼ ଭାଇ ନିଜ ଭଉଣୀଙ୍କୁ ଚାହିଁଥିବା ବେଳେ ସାନ ଭାଇ ଫୋନ୍‌ ଧରିଥିବା ଦେଖିବାକୁ ମିଳିଛି। ଆପଣଙ୍କ ସୂଚନା ସକାଣେ ଜଣାଇ ଦେଉଛୁ ଯେ ଫୋନ୍‌ ଧରିଥିବା ଏହି କୁନି ପିଲା ଜଣକ ହେଉଛନ୍ତି ଋଷି କପୁର। ତାଙ୍କ ପାଖରେ ବସିଛନ୍ତି ତାଙ୍କ ଭଉଣୀ ଋତୁ ନନ୍ଦା ଓ ତାଙ୍କୁ ଲାଗି ବସିଛନ୍ତି ବଡ଼ ଭାଇ ରଣଧୀର କପୁର୍‌। ଋଷି କପୁରଙ୍କ ପରି ଋତୁ ନନ୍ଦାଙ୍କର ବି ପରଲୋକ ହୋଇସାରିଛି।

ସମ୍ବନ୍ଧିତ ଖବର