ସୁପରଷ୍ଟାର ହେଲେ ବି ଭଡା ଘରେ ରହନ୍ତି ଏସବୁ ବଲିଉଡ ଅଭିନେତା/ଅଭିନେତ୍ରୀ

ମୁମ୍ବାଇ: ବଲିଉଡରେ ଏମିତି ଅନେକ ସୁପରଷ୍ଟାର ଅଛନ୍ତି ଯେଉଁମାନେ ଗୋଟିଏ ଫିଲ୍ମରେ ଅଭିନୟ କଲେ କୋଟି କୋଟି ଟଙ୍କା ରୋଜଗାର କରନ୍ତି | ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବଲିଉଡ ଦୁନିଆରେ ଏମିତି କିଛି ଅଭିନେତା/ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଭଡ଼ାଘରେ ରୁହନ୍ତି ଏବଂ ମାସକୁ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଦିଅନ୍ତି | ଆଜି ଆମେ ଆପଣଙ୍କୁ ସେହି ସବୁ ତାରକାଙ୍କ ବାବଦରେ କହିବୁ |

ହ୍ରିତିକ ରୋଶନ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଇଣ୍ଡଷ୍ଟ୍ରିର ଜଣେ ସୁପରଷ୍ଟାର ହୋଇପାରନ୍ତି, କିନ୍ତୁ ସେ ମୁମ୍ବାଇରେ ଏକ ଭଡା ଘରେ ରୁହନ୍ତି। ଖବର ଅନୁଯାୟୀ ଅଭିନେତାଙ୍କ ନିଜ ଘର ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ଘରର ଭଡା ବାବଦକୁ ସେ ମାସକୁ ୮.୩୫ ଲକ୍ଷ ଟଙ୍କା ଘର ମାଲିକଙ୍କୁ ଦେଇଥାନ୍ତି |

କ୍ରିତି ସାନନ୍: ଅଭିନେତ୍ରୀ କ୍ରିତି ସାନନଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କ୍ରିତି ଅମିତାଭ ବଚ୍ଚନଙ୍କ ଘରେ ଭଡ଼ାରେ ରୁହନ୍ତି। ଯେଉଁଥିପାଇଁ ସେ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ଦିଅନ୍ତି |

ଭିକି କୌଶଲ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ଏହି ବଲିଉଡ ତାରକା ଦମ୍ପତି ଜୁହୁ ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଫ୍ଲାଟରେ ରୁହନ୍ତି | ଏଥିପାଇଁ ସେମାନେ ପ୍ରତି ମାସରେ ୮ ଲକ୍ଷ ଟଙ୍କା ଦିଅନ୍ତି |

କାର୍ତ୍ତିକ ଆର୍ଯ୍ୟନ: ଖବର ଅନୁଯାୟୀ, ବଲିଉଡ ତାରକା କାର୍ତ୍ତିକ ଆର୍ଯ୍ୟନ୍ ଅଭିନେତା ସାହିଦ କପୁରଙ୍କ ଘରେ ଭଡାରେ ରହୁଛନ୍ତି। ଯାହାକି ମୁମ୍ବାଇର ଜୁହୁ ଅଞ୍ଚଳରେ ରହିଛି | ଏଥିପାଇଁ କାର୍ତ୍ତିକ ପ୍ରତି ମାସରେ ୭.୫ ଲକ୍ଷ ଟଙ୍କା ଭଡା ଦିଅନ୍ତି ।

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଏପର୍ଯ୍ୟନ୍ତ ମୁମ୍ବାଇରେ ତାଙ୍କ ଘର କିଣି ନାହାଁନ୍ତି | ଖବର ଅନୁଯାୟୀ, ଜ୍ୟାକଲିନ୍ ପ୍ରିୟଙ୍କା ଚୋପ୍ରାଙ୍କ ଘରେ ଭଡାରେ ରୁହନ୍ତି। ଏଥିପାଇଁ ସେ ପ୍ରତି ମାସରେ ୬.୭୮ ଲକ୍ଷ ଟଙ୍କା ଭଡା ପ୍ରଦାନ କରନ୍ତି।

ସମ୍ବନ୍ଧିତ ଖବର