ଫଟୋରେ ଦିଶୁଥିବା ‌ଏହି ଦୁଇ ସେଲିବ୍ରେଟି ଭଉଣୀ କିଏ ଜାଣି ପାରୁଛନ୍ତି?

ମୁମ୍ବାଇ: ବଲିଉଡ୍‌ ତାରକାମାନଙ୍କ ପିଲାବେଳର ଫଟୋ କିଏ ବି ଦେଖିବାକୁ ଚାହେଁନା? କେବେ କେବେ ତ ବଲିଉଡ୍‌ ତାରକାମାନଙ୍କ ଫଟୋ ଦେଖି ସେମାନଙ୍କୁ ଚିହ୍ନିବା ମୁସ୍‌କିଲ୍‌ ହୋଇଯାଏ। ମାତ୍ର ଯେବେ ବି ବଲିଉଡ୍‌ ତାରକାଙ୍କ ପେଜ୍‌ କିମ୍ବା ସେମାନଙ୍କ ଫ୍ୟାନ୍‌ କ୍ଲବ୍‌ ପେଜ୍‌ରେ କିଛି ଫଟୋ ଦେଖିବାକୁ ମିଳେ ତ ପ୍ରଶଂସକମାନେ ଖୁବ୍‌ ଖୁସି ହୋଇଯାନ୍ତି।

ନିକଟରେ ସୋସିଆଲ୍‌ ମିଡିଆରେ ଏକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋରେ ଦିଶୁଥିବା ଚେହେରା କାହାର ବୋଲି ପ୍ରଶଂସକମାନେ ଦ୍ବନ୍ଦ୍ବରେ ପଡୁଛନ୍ତି। ଫଟୋରେ ୨ କୁନି ଝିଅଙ୍କୁ ଦେଖିବାକୁ ମିଳିଛି। ସେ ଦୁଇ ଜଣ ହେଉଛନ୍ତି ୨ ଭଉଣୀ। ଯିଏକି ଆଜିକା ଦିନରେ  ୨ ଜଣ ବଡ଼ ତାରକା। ଏହି ଫଟୋରେ ଦିଶୁଥିବା ଏହି ଦୁଇ ଭଉଣୀ କିଏ ଆପଣ ଜାଣି ପାରୁଛନ୍ତି କି?  ଏ ଦୁଇ ଭଉଣୀ ହେଉଛନ୍ତି କରିସ୍ମା କପୁର ଓ କରୀନା କପୁର୍‌।

ଏହି ଫଟୋଟିକୁ ୨୦୨୧ ମସିହାରେ କରୀନାଙ୍କ ଜନ୍ମଦିନ ଅବସରରେ ସୋସିଆଲ୍‌ ମିଡଆରେ ସେୟାର କରିଥିଲେ କରିସ୍ମା କପୁର। ଏହି ଫଟୋଟିରେ ଦୁଇ ଭଉଣୀ ସାଥୀ ହୋଇ ବସିଥିବାର ଦେଖିବାକୁ ମିଳିଛନ୍ତି।

କରିସ୍ମା କପୁର ତାଙ୍କ ସମୟର ଜଣେ ସୁପର୍‌ଷ୍ଟାର୍‌ ଥିବା ବେଳେ ଗୋବିନ୍ଦାଙ୍କ ସହ ଅନେକ ସୁପର୍‌ହିଟ୍‌ ଚଳଚ୍ଚିତ୍ର କରି ସେ ଦର୍ଶନଙ୍କ ମନରେ ନିଜର ସ୍ବତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି। ସେ ସମୟରେ କରୀନା ‘ରାଜୁ ବାବୁ’, ‘ରାଜା ହିନ୍ଦୁସ୍ଥାନୀ’ ଆଦି ଚଳଚ୍ଚିତ୍ରରେ ନଜର ଆସି ଦର୍ଶକଙ୍କୁ ତାଙ୍କ ଅଭିନୟରେ ମନ୍ତ୍ରମୁଗ୍ଧ କରିଥିଲେ।

 

 

ସମ୍ବନ୍ଧିତ ଖବର