ଜାଣନ୍ତୁ କ’ଣ ପାଇଁ  ରାଗି ଗଲେ ଏହି ଅଭିନେତା ରାଣୀ ମୁଖାର୍ଜୀଙ୍କ ଘର ଆଗରେ ଆସି ପରିସ୍ରା କରନ୍ତି !

ମୁମ୍ବାଇ : ଏବେ ଜଣେ ବଲିଉଡ୍‌ ଅଭିନେତା ରାଗି ଗଲେ ରାଣୀ ମୁଖାର୍ଜୀଙ୍କ ଘର ଆଗରେ ଆସି ପରିସ୍ରା କରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ପୂର୍ବରୁ ଏହା ପଛରେ କିଏ ବୋଲି ଜଣା ପଡ଼ି ନଥିବା ବେଳେ ଏବେ ଏଭଳି କାମ ପଛରେ ଅଭିନେତା ତଥା ବିଗ୍‌ ବସ୍‌ ସିଜିନ୍‌-୭ର ପ୍ରତିଯୋଗୀ ଅରମାନ୍‌ କୋହଲିଙ୍କ ହାତ ଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବିଗ୍‌ ବସ୍‌ ସିଜିନ୍‌-୭ ସମୟରେ ଅର୍‌ମାନ୍‌ ଏବଂ ରାଣୀ ମୁଖାର୍ଜୀଙ୍କ ଭଉଣୀ ତନିଶାଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା, ଯାହା ୨୦୧୪ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ଆର୍‌ମାନ ପ୍ରତି କଥାରେ ତନିଶାଙ୍କ ଉପରେ ହାତ ଉଠାଉଥିବାରୁ ତନିଶା ବାଧ୍ୟ ହୋଇ ଅର୍‌ମାନଙ୍କ ସହ ସବୁ ସଂପର୍କ ଛିନ୍ନ କରିଥିଲେ । ସଂପର୍କ ଭାଙ୍ଗିବା ପୂର୍ବରୁ ସେ ଆର୍‌ମାନଙ୍କୁ ଶକ୍ତ ଚାପୁଡ଼ା ମାରି ସେଠାରୁ ଚାଲି ଆସିଥିଲେ, ଯାହାକୁ ଏବେ ଯାଏ ମଧ୍ୟ ଅର୍‌ମାନ ଭୁଲ ପାରି ନାହାନ୍ତି ।

jansatta.com

ଅର୍‌ମାନଙ୍କ ଗାଡ଼ିର ଚାଳକ ରହି ସାରିଥିବା ସୋନୁଙ୍କ କହିବା ଅନୁଯାୟୀ, ତନିଶା ମୁଖାର୍ଜୀ ତାଙ୍କୁ ଚାପୁଡ଼ା ମାରି ଯିବା ପରେ ସେ ଏହାକୁ ସହି ପାରି ନ ଥିଲେ । ଯେତେବେଳେ ତାଙ୍କୁ ଏହି କଥାକୁ ନେଇ ରାଗ ଲାଗୁଥିଲା । ସେ ଯାଇ ରାଣୀ ମୁଖାର୍ଜୀଙ୍କ ଘର ଆଗରେ ପରିସ୍ରା କରୁଥିଲେ । ତନିଶା ମ୍ୟାଡ଼ାମ୍‌ ଛାଡ଼ି ଯିବାର ୩ ବର୍ଷ ହୋଇ ସାରିଥିଲେ ମଧ୍ୟ ଅର୍‌ମାନ ସାର୍‌ ଏବେ ବି ରାଗିଲେ ରାଣୀ ମ୍ୟାଡ଼ାମ୍‌ ଘର ଆଗରେ ପରିସ୍ରା କରୁଛନ୍ତି ବୋଲି ସେ ଜଣାଇଥିଲେ ।

ସମ୍ବନ୍ଧିତ ଖବର