ଓଲିଉଡ୍ର ଜଣେ ଲୋକପ୍ରିୟ ନାୟକ ହେଲେ ବୁଦ୍ଧାଦିତ୍ୟ ମହାନ୍ତି। ସେ ଓଲିଉଡ଼୍ରେ ଏଣ୍ଡ୍ରି ନେବା ପୂର୍ବରୁ ମୁମ୍ବାଇରେ ରହି ହିନ୍ଦୀ ଫିଲ୍ମ ଓ ଟେଲିଭିଜନ୍ରେ ଅଭିନେତା ହେବା ଲାଗି ଷ୍ଟ୍ରଗଲ୍ କରୁଥିଲେ। ଓଡ଼ିଶାର ଖ୍ୟାତନାମା ଚିକିତ୍ସକ ବାଦଲ ମହାନ୍ତି ଓ ଜଣାଶୁଣା ଶିକ୍ଷାବିତ୍ ତଥା ଅଭିନେତ୍ରୀ ମାଳବିକା ରାୟଙ୍କ ସୁପୁତ୍ର ହେଉଛନ୍ତି ବୁଦ୍ଧାଦିତ୍ୟ।
ବୁଦ୍ଧାଦିତ୍ୟଙ୍କୁ ଓଲିଉଡରେ ବ୍ରେକ୍ ଦେଇଥିଲେ ସେ ସମୟର ଲୋକପ୍ରିୟ ଆଲବମ୍ ନିର୍ଦ୍ଦେଶକ ଜୟପ୍ରକାଶ ମହାନ୍ତି। ‘କଳକୀ ଅବତାର’ ପରେ ପ୍ରଯୋଜକ ପ୍ରଶାନ୍ତ ମହାପାତ୍ର ‘ଲଭ୍ଷ୍ଟୋରି’ ଟାଇଟଲ୍ରେ ଏକ ଫିଲ୍ମ ନିର୍ମାଣ କରୁଥିଲେ, ଯାହାର ନିର୍ଦ୍ଦେଶନା ଦେଉଥିଲେ ଜୟପ୍ରକାଶ ମହାନ୍ତି।ଏହି ସିନେମାରେ ହିରୋ ହେଲେ ବୁଦ୍ଧାଦିତ୍ୟ ଓ ସେଥିରେ ନାୟିକା ଭୂମିକା ନିଭାଇଥିଲେ ଅଲବମ୍ କୁଇନ୍ ଲିପି। ଫିଲ୍ମର କିଛି ଅଂଶ ସୁଟିଂ ସରିବା ପରେ ‘ଲଭ୍ଷ୍ଟୋରି’ ଅଧାରେ ଅଟକିଗଲା।
/sambad/media/post_attachments/wp-content/uploads/2018/01/budha-300x200.jpg)
ଏହାପରେ ଓଲିଉଡ୍ର ଆଉ ଜଣେ ପ୍ରଯୋଜକ ବିଭୂତି ରାଉତରାୟ ଓ ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳ ବୁଦ୍ଧାଦିତ୍ୟଙ୍କୁ ଅନ୍ୟ ଏକ ଓଡ଼ିଆ ଛବିର ଅଫର୍ ଦେଇଥିଲେ। ସେତେବେଳେ ବୁଦ୍ଧାଦିତ୍ୟ ମୁମ୍ବାଇରେ ଥିଲେ।ଫୋନ୍ରେ ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳଙ୍କ ଠାରୁ କାହାଣୀ ଶୁଣିବା ପରେ ସେ ଖୁବ୍ ଶୀଘ୍ର ଉତ୍ସାହିତ ହୋଇଥିଲେ ଓ ତତ୍କ୍ଷଣାତ୍ ସେହି ସିନେମାରେ କାମ କରିବାକୁ ରାଜି ହୋଇଥିଲେ।
ତାଙ୍କର ପ୍ରଥମ ଫିଲ୍ମରେ ହିଁ ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ କହିବାକୁ ପଡ଼ିଥିଲା ‘ଆଇ ଲଭ୍ ମାଇଁ ଇଣ୍ଡିଆ’। ହଁ, ବୁଦ୍ଧାଦିତ୍ୟଙ୍କର ରିଲିଜ୍ ହୋଇଥିବା ପ୍ରଥମ ସିନେମା ଥିଲା ‘ଆଇ ଲଭ୍ ମାଇଁ ଇଣ୍ଡିଆ’।ଏହି ସିନେମାରେ ବୁଦ୍ଧାଦିତ୍ୟ ବି ନଜର ଆସିଥିଲେ ଦୈତ ଭୂମିକାରେ। ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ନମ୍ରତା ଥାପ୍ପା। ଏତଦ୍ବ୍ୟତୀତ ବିଜୟ ମହାନ୍ତି, ମିହିର ଦାସ, ଅପରାଜିତା, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ ଓ ଦେବଯାନୀ ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ‘ଆଇ ଲଭ୍ ମାଇଁ ଇଣ୍ଡିଆ’ ପରେ ବୁଦ୍ଧାଦିତ୍ୟ ନିୟମିତ ଭାବେ ଓଡ଼ିଶା ସିନେମାରେ କାମ କରୁଛନ୍ତି।