ନୂଆଦିଲ୍ଲୀ: ଟିଭି ଅଭିନେତା ଅର୍ଜୁନ ବିଜଲାନି ବର୍ତ୍ତମାନ ତାଙ୍କ ପରିବାରଠାରୁ ଦୂରରେ ଅଛନ୍ତି। ସେ ବର୍ତ୍ତମାନ ରିଆଲିଟି ସୋ’ ‘ରାଇଜ ଆଣ୍ଡ ଫଲ୍‌’ରେ ନଜର ଆସୁଛନ୍ତି। ଏହାର ଅର୍ଥ ହେଉଛି ସେ ଏବର୍ଷ ତାଙ୍କ ପତ୍ନୀ ନେହାଙ୍କ ସହ କରୱା ‌ଚୌଥ୍‌ରେ ରହିପାରିନାହାନ୍ତି। ଯଦିଓ ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ଅନେକ କରୱା ଚୌଥ୍‌ରେ ସେ ତାଙ୍କ ପତ୍ନୀଙ୍କ ସହ ରହିପାରିନାହାନ୍ତି। ମାତ୍ର ବ୍ରତ ଦିନ ସେ ଭିଡିଓ କଲ୍‌ରେ କଥା ହୁଅନ୍ତି। ହେଲେ ଏବର୍ଷ କିନ୍ତୁ ସୋ’ର ନିୟମ ଅନୁସାରେ, ସେ ଭିଡିଓ କଲ୍‌ରେ ବି କଥା ହୋଇପାରିନାହାନ୍ତି।

Advertisment

ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ନେହା କହିଛନ୍ତି , "ଆମେ ଭିଡିଓ କଲ୍ କରୁ, ପରସ୍ପରଙ୍କୁ ଦେଖୁ ଓ ସେ ମୁହୂର୍ତ୍ତକୁ ପାଳନ କରୁ। କିନ୍ତୁ ଏଥର ଏହା ଭିନ୍ନ। ଆମେ ପରସ୍ପର ସହିତ କଥା ହୋଇପାରି ନାହିଁ। ଆମେ ପରସ୍ପରଙ୍କୁ ଦେଖିପାରୁନାହୁଁ। ଆମେ ଭିଡିଓ କଲ୍ ମଧ୍ୟ କରିପାରୁନାହୁଁ। ଆମେ ମେସେଜ ମଧ୍ୟ କରିପାରୁନାହୁଁ। ଏକ ନୀରବତା ଅଛି ଯାହା ଭାରୀ ଅନୁଭବ କରାଉଛି। କିନ୍ତୁ ମୁଁ ତାଙ୍କ ପାଇଁ ଉପବାସ କରିବି, ସେହି ପ୍ରେମ ଏବଂ ବିଶ୍ୱାସ ପାଇଁ।"

ଅର୍ଜୁନ ବିଜଲାନିଙ୍କ ସହ କିଛି ରୋମାଣ୍ଟିକ ଫଟୋ ସେୟାର କରି ନେହା ଲେଖିଛନ୍ତି, "ଏକମାତ୍ର ବ୍ୟକ୍ତି ଯାହାଙ୍କ ପ୍ରତି ମୁଁ ସବୁବେଳେ ପ୍ରେମରେ ପଡ଼ିବି... ଆଜି, କାଲି ଏବଂ ସବୁଦିନ ପାଇଁ।" ସେ ଫଟୋ ସହିତ ଏକ ହୃଦୟ ଇମୋଜି ମଧ୍ୟ ସେୟାର କରିଛନ୍ତି। ପ୍ରଶଂସକମାନେ ପୋଷ୍ଟରେ ପ୍ରତିକ୍ରିୟା ଦେଉଛନ୍ତି ଏବଂ ଦମ୍ପତିଙ୍କୁ କରୱା ଚୌଥ ପାଇଁ ଶୁଭକାମନା ଦେଉଛନ୍ତି।

ଏହା ଉଲ୍ଲେଖନୀୟ ଯେ ଅର୍ଜୁନ ବିଜଲାନି ବର୍ତ୍ତମାନ ଓଟିଟଇ ରିଆଲିଟି ସୋ ‘ରାଇଜ ଆଣ୍ଡ ଫଲ’ରେ ଦେଖା ଦେଉଛନ୍ତି, ଯେଉଁଥିରେ ଅନୟା ବାଙ୍ଗରଙ୍କଠାରୁ ଆରମ୍ଭ କରି ପବନ ସିଂହଙ୍କ ପର୍ଯ୍ୟନ୍ତ ସେଲିବ୍ରିଟିମାନେ ସାମିଲ ହୋଇଥିଲେ।