ସାଜିଦଙ୍କ ଯୋଗୁ ବଲିଉଡ୍ ଛାଡ଼ିବେ ଏହି ଅଭିନେତ୍ରୀ !

ମୁମ୍ବାଇ: ବଲିଉଡ୍କୁ ଗୁଡ୍ ବାଏ୍ କହିପାରନ୍ତି ଅଭିନେତ୍ରୀ ମନ୍ଦନା କରିମି। ତାଙ୍କୁ ଶେଷ ଥର ପାଇଁ ଏକତା କପୁରଙ୍କ ସୋ ଲକ୍ ଅପରେ ଦେଖାଯାଇଥିଲା। ଏ ନେଇ ସେ ଏକ ସାକ୍ଷାତକାରରେ ଖୋଲାଖୋଲି ଭାବରେ କହିଛନ୍ତି। ତେବେ ଏସବୁର କାରଣ ହେଉଛନ୍ତି ଫିଲ୍ମ ପ୍ରଯୋଜକ ସାଜିଦ୍ ଖାନ। ସବୁଠୁ ବଡ ରିଅଲିଟି ସୋ ବିଗ୍ ବସ୍ ରେ ଏବେ ଫିଲ୍ମ ପ୍ରଯୋଜକ ସାଜିଦ୍ ଖାନ ଏଣ୍ଟ୍ରି କରିଛନ୍ତି। ଏହାକୁ ବିରୋଧ କରି ମନ୍ଦନା ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ ମି ଠୁ ବିବାଦ ସମୟରେ ସାଜିଦ ଖାନ ଅନେକ ଅଭିନେତ୍ରୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା। ଏଥିରେ ଅଭିନେତ୍ରୀ ମନ୍ଦନାଙ୍କ କରିମିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ବର୍ତ୍ତମାନ ବିଗ୍ ବସ୍ ରେ ପ୍ରତିଯୋଗୀ ଭାବରେ ସାଜିଦ୍ ଖାନଙ୍କୁ ସୁଯୋଗ ଦିଆଯାଇଥିବାରୁ ମନ୍ଦନା କ୍ରୋଧିତ ହୋଇ ଉଠିଛନ୍ତି। ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର