ଚର୍ଚ୍ଚାରେ ପ୍ରଶଂସକଙ୍କ ଭଲ ପାଇବା! ଭୁଲାପଣର ଶିକାର ହୋଇ ପରିବାରର ସମସ୍ତଙ୍କୁ ଭୁଲି ଯାଇଥିଲେ ମଧ୍ୟ ବିଗ୍‌ ବିଙ୍କୁ ଭୁଲି ନ ଥିଲେ

ମୁମ୍ବାଇ : ପୂର୍ବ ସବୁ ସିଜିନ୍‌ ଠାରୁ କେବିସିର ସିଜିନ୍‌-୧୧ ଏବେ ବହୁଚର୍ଚ୍ଚିତ ହେବାରେ ଲାଗିଛି । ସୋ’କୁ ଆସୁଥିବା ପ୍ରତିଯୋଗୀଙ୍କ ପାଇଁ ସିଜିନ୍‌-୧୧ଟି ଚର୍ଚ୍ଚିତ ହେଉଥିବା ଜଣାପଡ଼ିଛି । ପ୍ରତିଦିନ ସୋ’କୁ ନେଇ ଗୋଟିଏ ପରେ ଗୋଟିଏ ଚର୍ଚ୍ଚିତ ଖବର ସାମ୍ନାକୁ ଆସୁଛି । ପ୍ରତିଯୋଗୀଙ୍କର ବ୍ୟକ୍ତିଗତ କାହାଣୀ ଓ ସେମାନଙ୍କର ସୋ’ର ଉପସ୍ଥାପକ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପାଇଁ ଥିବା ଭଲ ପାଇବା ସୋ’ର ଟିଆର୍‌ପିକୁ ବଢ଼ାଉଛି ।

ଏବେ ହଟ୍‌ ସିଟ୍‌ରେ ବସିବାରେ ସୁଯୋଗ ପାଇଥିବା ଭାବେଶ ଝାଙ୍କ କାହାଣୀ ପାଇଁ ସୋ’ଟି ଚର୍ଚ୍ଚାରେ ରହିଛି । ଭାବେଶଙ୍କ ବାପା ବିଗ୍‌ ବିଙ୍କର କେତେ ବଡ଼ ପ୍ରଶଂସକ ଥିଲେ ଓ ଭୁଲିବାର ସମସ୍ୟା ଥାଇ ମଧ୍ୟ ସେ କିଭଳି ବିଗ୍‌ ବିଙ୍କୁ ମନେ ରଖିଥିଲେ, ସେ ବିଷୟରେ ଜଣାଇଛନ୍ତି ଭାବେଶ ।

Image result for how-his-father-only-recognize-amitabh-bachchan-due-to-dementia
AajTak

ଭାବେଶଙ୍କ କହିବା ଅନୁଯାୟୀ, ମୋ ବାପା ଡେମ୍‌ନେସିଆ ରୋଗରେ ପୀଡ଼ିତ ଥିଲେ । ପରିବାରର କୌଣସି ସଦସ୍ୟଙ୍କୁ ସେ ଚିହ୍ନି ପାରୁ ନଥିଲେ । ମୋତେ ଟିକେ ଟିକେ ଚିହ୍ନୁଥିବା ବେଳେ ମୋ ସ୍ତ୍ରୀକୁ ସେ ଜମା ବି ଚିହ୍ନ ପାରୁ ନଥିଲେ । କିନ୍ତୁ ଯେତେବେଳେ ବି କେବିସିରେ ସେ ବିଗ୍‌ ବିଙ୍କୁ ଦେଖନ୍ତି, ତାଙ୍କ ମୁହଁରେ ଅଲଗା ଚମକ ରହିବା ସହ ସେ ତାଳି ମାରୁଥିଲେ । ଏହା ସହ ମୋତେ ବିଗ୍‌ ବିଙ୍କୁ ନିଶ୍ଚୟ ଦେଖା କରିବା ଦରକାର ବୋଲି କହିଥିଲେ । ଯାହା ଆଜି ସଫଳ ହୋଇଛି । ଆଜି ମୋ ବାପା ଆମ ସହ ନଥିଲେ ମଧ୍ୟ ବୋଧ ହୁଏ ଉପରେ ରହି ସେ ମୋତେ ଏଠାରେ ପହଞ୍ଚିବା ପାଇଁ ସାହାଯ୍ୟ କରିଛନ୍ତି । ଭାବେଶଙ୍କ ଏଭଳି କଥା ଶୁଣି ବିଗ୍‌ ବି କହିଥିଲେ, ମୁଁ ନିଜକୁ ଭାଗ୍ୟବାନ ମନେକରୁଛି କି ସେ ମୋତେ ନିଜର ରୋଗ ସମୟରେ ମଧ୍ୟ ମନେ ରଖିଥିଲେ ।

ସମ୍ବନ୍ଧିତ ଖବର