ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ବିବାହିତ ଜୀବନରେ ଜଣେ ଡାକ୍ତରଙ୍କ କାରଣରୁ ଅଶାନ୍ତି ଦେଖାଦେଇଛି। ଫଳରେ ସ୍ଥିତି ଛାଡପତ୍ର ଆଡକୁ ମଧ୍ୟ ଯାଇଥିବା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି।  ଏହି ଡାକ୍ତରଙ୍କ କାରଣରୁ ଦମ୍ପତିଙ୍କ ମଧ୍ୟରେ ଛାଡପତ୍ର ହେଉଥିବା ନେଇ ପ୍ରତିଦିନ ନୂଆ ନୂଆ ଅପଡେଟ୍ ମଧ୍ୟ ଆସିବାରେ ଲାଗିଛି। ତେବେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏନେଇ ‌ମୁହଁ ନ ଖୋଲି ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରୁଛନ୍ତି।

Advertisment

ଊଉଭଙ୍କଠାରୁ କୌଣସି ପ୍ରତିକ୍ରିୟା  ନ ପାଇ  ଛାଡପତ୍ର ଗୁଜବ  ଜୋରଦାର ହେବାରେ ଲାଗିଛି। କେତେକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡପତ୍ର ଖବରରେ ଡାକ୍ତରଙ୍କ ନାମ ପ୍ରକାଶ ପାଇଥିଲା, ଯାହାଙ୍କର ନାମ ଜିରାକ ମାର୍କର। ଐଶ୍ୱର୍ଯ୍ୟା ଏବଂ ଜିରାକ ମଧ୍ୟ ଦୀର୍ଘ ସମୟ ଧରି ବନ୍ଧୁ ଥିଲେ। ଯଦି ଜିରାକଙ୍କ ନାମ  ଐଶ୍ୱର୍ଯ୍ୟାଙ୍କ ସହ ଜଡିତ ହୋଇ ନ ଥାନ୍ତା, ତେବେ ଛାଡପତ୍ରର ଗୁଜବ କେବେ ଆରମ୍ଭ ହୋଇ ନ ଥାନ୍ତା।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଫଟୋରେ ଐଶ୍ୱର୍ଯ୍ୟା ତାଙ୍କ ବନ୍ଧୁ ଜିରାକ ମାର୍କରଙ୍କ ହାତ ଧରିଥିବାର ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଫଟୋରେ ଐଶ୍ୱର୍ଯ୍ୟା ଜିରାକଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଥିଲେ।

ଐଶ୍ୱର୍ଯ୍ୟା ଏବଂ ଜିରାକ ମାର୍କର ଦୀର୍ଘ ସମୟ ଧରି ବନ୍ଧୁ ଥିଲେ। ଯେତେବେଳେ ଐଶ୍ୱର୍ଯ୍ୟା ଏବଂ ଜିରାକଙ୍କର ଅନେକ ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଥିଲା, ସେତେବେଳେ ଲୋକମାନେ କଳ୍ପନା କରିବା ଆରମ୍ଭ କରିଦେଲେ ଯେ ଉଭୟଙ୍କ ମଧ୍ୟରେ କିଛି ସମ୍ପର୍କ ବୋଧେ ସୃଷ୍ଟି ହେଉଛି।

ଏହାପରେ ଐଶ୍ୱର୍ଯ୍ୟା ରାୟ ଏବଂ ଜିରାକ ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚାର କାରଣ ପାଲଟିଥିଲେ। ଉଭୟଙ୍କ ଫଟୋ ଦେଖି ଲୋକମାନେ ନିଜ ନିଜର ମନ୍ତବ୍ୟ ଦେବାରେ ଲାଗିଥିଲେ।

ସମଗ୍ର ବଚ୍ଚନ ପରିବାର ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଏକାଠି ହୋଇଥିଲେ। ଅନ୍ୟପକ୍ଷରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଏକାକୀ ବିବାହ ଉତ୍ସବରେ ପହଞ୍ଚିଥିଲେ। ମା ଏବଂ ଝିଅକୁ ଏକାକୀ ଦେଖି ଲୋକମାନେ ଛାଡପତ୍ର ବିଷୟରେ ପୁଣି କଳ୍ପନା କରିବା ଆରମ୍ଭ କରିଥିଲେ।

ଛାଡପତ୍ର ବିଷୟରେ ଗୁଜବ ସତ୍ତ୍ୱେ ଏଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କୁ ଏକାଠି ଦେଖିବାକୁ ମିଳିନାହିଁ। ସେମାନଙ୍କ ପ୍ରଶଂସକମାନେ ମଧ୍ୟ ଚାହୁଁଛନ୍ତି ଏହି ଦମ୍ପତି ଯଥାଶୀଘ୍ର ଛାଡପତ୍ର ଗୁଜବକୁ ଶେଷ କରନ୍ତୁ।

ଉଭୟଙ୍କ ମଧ୍ୟରେ ଅଦୃଶ୍ୟ ଦୂରତା ଯୋଗୁ ଐଶ୍ୱର୍ଯ୍ୟା  ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ବିଷୟରେ ଗୁଜବ ଇଣ୍ଟରନେଟରେ ବ୍ୟାପୁଛି। ଦମ୍ପତିଙ୍କ ପ୍ରଶଂସକମାନେ ସେମାନଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏହା ଆରାଧ୍ୟାଙ୍କୁ ମଧ୍ୟ ପ୍ରଭାବିତ କରୁଛି ବୋଲି କୁହାଯାଉଛି।