ଏଇ ୨୩ରେ ରିଲିଜ୍‌ ହେବ ଏହି ନୂଆ ଓଡ଼ିଆ ସିନେମା

ଭୁବନେଶ୍ୱର: ଇତିମଧ୍ୟରେ କେତୋଟି ନୂଆ ଓଡ଼ିଆ ସିନେମା ରିଲିଜ୍‌ ପାଇଁ ପ୍ରସ୍ତୁତ। ଏଥିମଧ୍ୟରୁ କେତେକର ସେନସର କାମ ଶେଷ ହୋଇଯାଇଛି।ଏଥିମଧ୍ୟରୁ ପ୍ରଥମ ସିନେମାଟି ହେଲା‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’। ସୂର୍ଯ୍ୟକାନ୍ତ ସାମଲଙ୍କ ପ୍ରଯୋଜିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି ଶୁଭାଶିଷ ପତି।ଶୁଭାଶିଷ ପୂର୍ବରୁ ‘ଗଡ଼ବଡ଼’ ଓ ଗୁଣ୍ଡା’ ଟାଇଟଲରେ ଦୁଇଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ।‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’ହେଉଛି ତାଙ୍କର ତୃତୀୟ ସିନେମା।ସେ ଇଂରାଜି ଅକ୍ଷର ‘g’ରୁ ଟାଇଟଲ୍‌ ଦେଇ ଫିଲ୍ମ ନିର୍ମାଣ କରିବାର ଧାରା ବଜାୟ ରଖିଛନ୍ତି।
‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’ର ମେନ୍‌ ଲିଡ଼୍‍ରେ ଅଛନ୍ତି ସୂର୍ଯ୍ୟକାନ୍ତ,ହିମିକା ଓ ମିହିର ଦାସ ପ୍ରମୁଖ।ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଫିଲ୍ମ କୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ଼(ସିବିଏଫ୍‌ସି)ପକ୍ଷରୁ ୟୁ/ଏ ସାର୍ଟିଫିକେଟ୍‌ ମିଳିଛି। ଏହି ଓଡ଼ିଆ ଛବି ଆଗାମୀ ୨୩ ତାରିଖରେ ରିଲିଜ୍‌ ହେଉଥିବାର ସୂଚନା ମିଳିଛି।

ଓଲିଉଡ଼୍‍ରେ ବେଳେବେଳେ ବିଭିନ୍ନ ଭଲ ଘଟଣା ଘଟୁଛି,ଆଉ ବେଳେବେଳେ କିଛି ଅଘଟଣ ବି ଘଟୁଛି।ଭଲ ପ୍ରସଙ୍ଗ ଅପେକ୍ଷା ଖରାପ ପ୍ରସଙ୍ଗକୁ ନେଇ ଅଧିକାଂଶ ସମୟରେ ଆଲୋଡ଼ନ ସୃଷ୍ଟି ହୋଇଛି।ହଲିଉଡ଼୍‍ ହେଉ କି ବଲିଉଡ଼୍‍ ସବୁଠିଁ କାଷ୍ଟିଂକାଉଚ୍‌ ରହିଛି,ଏକଥାାକୁ କେତେକ ଲୋକ ବିଶ୍ୱାସ କରନ୍ତି।
ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଏକାଧିକବାର ସାମ୍ନାକୁ ଆସିଛି।ଓଲିଉଡ଼୍‍ର ଜଣାଶୁଣା ହାସ୍ୟାଭିନେତା ପପୁ ପମ୍‌ପମ୍‌ କାଷ୍ଟିଂ କାଉଚ ମାମଲାରେ ଜଡ଼ିତ ହୋଇ ଜେଲ୍‌ ଯାଇଥିଲେ।ଠିକ୍‌ ସେହିପରି ଜଣେ ଅଭିନେତ୍ରୀ ଶର୍ମିଷ୍ଠା ନର୍ଦ୍ଦେଶକ ହିମାଂଶୁ ପରିଜା ,ତାପସ ସାଘରିଆ,ପଯୋଜିକା ବିନି ସାମଲ,ପ୍ରଯୋଜକ ନିହାର ସାମଲ ପ୍ରମୁଖଙ୍କ ନାଆଁରେ କାଷ୍ଟିଂ କାଉଚର ଅଭିଯୋଗ ଆଣିଥିଲେ।


ତେବେ ସେ ଯାହା ହେଉନା କାହିଁକି କାଷ୍ଟିଂ କାଉଚ୍‌ ଭଳି ଏକ ପ୍ରସଙ୍ଗ ଉପରେ ଏବେ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା‘ଗୁୁୁଡ୍ଡୁ ଆଣ୍ଡ୍‌ ଗୁଡ୍ଡି’।ନିର୍ଦ୍ଦେଶକ ଶୁଭାଶିଷ ପତିଙ୍କ ଅନୁଯାୟୀ ତାଙ୍କ ନୂଆ ସିନେମା ଓଲିଉଡ଼୍‍ରେ ଚାଲିଥିବା କାଷ୍ଟିଂ କାଉଚ୍‌ର ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଏକ ଲଭଷ୍ଟୋରି ଉପରେ ଆଧାରିତ। ଫିଲ୍ମରେ ନାୟିକା ଗୁଡ୍ଡି କାଷ୍ଟିଂ କାଉଚରେ ଫସିଯାଉଛନ୍ତି ଓ ନାୟକ ଗୁଡ୍ଡୁ ସେଥିରୁ ତାଙ୍କୁ ରକ୍ଷା କରୁଛନ୍ତି।ସେହି ସମୟରେ ଉଭୟଙ୍କ ଭିତରେ ପ୍ରେମସଂପର୍କ ଗଢ଼ି ଉଠିଛି।ତେବେ ଏଥିରେ ସେ ଦୁହେଁ ସଫଳ ହେଉଛନ୍ତି କି ନା,ତାହା ଦେଖିବାକୁ ମିଳିବ‘ଗୁଡ୍ଡୁ ଆଣ୍ଡ୍‌ ଗୁଡ୍ଡି’ର କ୍ଲାଇମାକ୍ସରେ।

ସମ୍ବନ୍ଧିତ ଖବର