ନୂଆଦିଲ୍ଲୀ: ପୂର୍ବରୁ ଆମେ ଅନେକ ବଲିଉଡ୍ ସେଲିବ୍ରେଟିମାନଙ୍କର ପିଲାଦିନର ଫଟୋ ଦେଖିଛେ। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଚେହେରା ବଡ଼ ହେବା ପରେ ବି ବିଶେଷ ପରିବର୍ତ୍ତନ ହୋଇନଥାଏ। ଆଉ କିଛି ଜଣଙ୍କ ଚେହେରା ଆଦୌ ଚିହ୍ନି ହୁଏ ନାହିଁ। ନିକଟରେ କିଛି ମାସ ହେବ ସୋସିଆଲ୍ ମିଡିଆରେ ବହୁ ସେଲିବ୍ରେଟିଙ୍କ ଫଟୋ ଭାଇରାଲ୍ ହେଉଛି। ଆମେ ଆଜି ଜଣେ ସେଲିବ୍ରେଟିଙ୍କର ପିଲାଦିନ ଫଟୋ ଦେଖାଇଛୁ। ତାହାକୁ ଏବେ ଆପଣ ଚିହ୍ନନ୍ତୁ ଯେ ସେ କିଏ? ଆପଣଙ୍କ ଜାଣିବାକୁ ସୁବିଧା ହେବ ବୋଲି କହିଦଉଛୁ ଯେ ସେ କିଙ୍ଗ୍ ଖାନ୍ ଶାହାରୁଖ୍ଙ୍କର ଅଭିନେତ୍ରୀ ରହି ସାରିଛନ୍ତି।
ଭାଇରାଲ୍ ଫଟୋରେ ଅଭିନେତ୍ରୀ ଜଣକ ତାଙ୍କ ଭାଇଙ୍କ ସହ ନଜର ଆସିଛନ୍ତି। ସେ ପାକିସ୍ତାନର ବାସିନ୍ଦା ଓ ଭାରତର ଜଣେ ଲୋକପ୍ରିୟ ତାରକା। ସେ ଦୁନିଆ ସାରା ନିଜର ସୌନ୍ଦର୍ଯ୍ୟ ଓ ଅଭିନୟ ଦକ୍ଷତା ପାଇଁ ପରିଚିତ। ଯଦି ଆପଣ ଏପର୍ଯ୍ୟନ୍ତ ବି ଚିହ୍ନି ପାରୁନାହାନ୍ତି ତ ଆମେ ବତାଇ ଦେଉଛୁ ଯେ ଇଏ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ମାହିରା ଖାନ୍।
View this post on Instagram
ମାହିରା ଖାନ୍ ହେଉଛନ୍ତି ପାକିସ୍ତାନର ସୁନ୍ଦର ଓ ଦକ୍ଷ ହିରୋଇନ୍ମାନଙ୍କ ମଧ୍ୟରୁ ଅନ୍ୟତମ। ଅଭିନୟ ବ୍ୟତୀତ ସେ ତାଙ୍କର ପ୍ରଥମ ୱେବ୍ ସିରିଜ୍କୁ ନିର୍ଦ୍ଦେଶନା ବି ଦେଇଛନ୍ତି। ସେ ଜଣେ ଏପରି ଅଭିନେତ୍ରୀ, ଯାହାଙ୍କର ପ୍ରଶଂସକ ଚାରିଆଡ଼େ ଅଛନ୍ତି। ଏହି କାରଣରୁ ହିଁ ସୋସିଆଲ୍ ମିଡିଆରେ ତାଙ୍କ ଫଟୋ ଅପ୍ଲୋଡ୍ ହେଉ ହେଉ ଭାଇରାଲ୍ ହୋଇ ଯାଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/Untitled-12.jpg)