ନୂଆଦିଲ୍ଲୀ: ବଲିଉଡରେ ଅନେକ ପ୍ରତିଭାଶାଳୀ କଳାକାର ଅଛନ୍ତି, ଯାହାଙ୍କ ଦକ୍ଷତା ସାରା ବିଶ୍ୱର ଲୋକ ଜାଣନ୍ତି। ତେବେ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ପ୍ରତିଭାର ଅଭାବ ନାହିଁ। ଅନେକ ପାକିସ୍ତାନୀ ହିରୋଇନ୍ ସେମାନଙ୍କ ଅଭିନୟ ଯାଦୁରେ ପ୍ରଶଂସକଙ୍କ ମନରେ ବସିବାରେ ସଫଳ ହୋଇ ପାରିଛନ୍ତି।
ଆମେ ଏବେ ବି ସେହିପରି ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ବିଷୟରେ କହୁଛୁ। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଅଭିନେତ୍ରୀ ମାହିିରା ଖାନ୍। ତାଙ୍କ ସୌନ୍ଦର୍ଯ୍ୟ ଓ ପ୍ରତିଭା ଶକ୍ତି ତାଙ୍କୁ ବଲିଉଡକୁ ଟାଣି ଆଣିଥିଲା।
ସେ ନିଜେ ଏହି କଥା ସ୍ବୀକାର କରିଛନ୍ତି ଯେ ବଲିଉଡ୍ରେ ଆସି କିଙ୍ଗ୍ଖାନ୍ଙ୍କ ସହ ଅଭିନୟର ସୁଯୋଗ ପାଇବା ପରେ ତାଙ୍କ ଭାଗ୍ୟ ବଦଳିଯାଇଛି। ସେ କହିଛନ୍ତି ଯେ ତାଙ୍କ ଭାଗ୍ୟ ରାତାରାତି ବଦଳିଗଲା।
ବର୍ତ୍ତମାନ ସେ କୋଟି କୋଟିର ମାଲିକ ଏବଂ ରାଣୀ ପରି ଜୀବନ ବିତାଉଛନ୍ତି, କିନ୍ତୁ ଦିନ ଥିଲା ତାଙ୍କୁ ଦୋକାନ ସଫା କରିବାକୁ ପଡୁଥିଲା। ମାହିରା ଖାନ ପାକିସ୍ତାନରେ ଯେତିକି ପ୍ରସିଦ୍ଧ ଭାରତରେ ମଧ୍ୟ ତାଙ୍କୁ ସେତିକି ଭଲପାଆନ୍ତି। ‘ରଇସ୍’ ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କ ପତ୍ନୀ ଭାବରେ ନଜର ଆସିଥିଲେ ଏବଂ ତାଙ୍କର ସୁନ୍ଦର ଅଭିନୟ ସଭିଙ୍କୁ ବେଶ୍ ଛୁଇଁ ଯାଇଥିଲା।
ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ ମହିରା ଖାନ କାଲିଫର୍ଣ୍ଣିଆରେ ପଢ଼ିବାକୁ ଯାଇଥିଲେ। ଏଠାରେ, ତାଙ୍କର ଖର୍ଚ୍ଚ ପୂରଣ କରିବା ପାଇଁ, ସେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ।