ଏବର୍ଷ ପରଦାକୁ ଫେରିବେ ଓଲିଉଡ ନାୟକ ଆର୍ଯ୍ୟନ୍

ଭୁବନେଶ୍ବର: ମାତ୍ର ଗୋଟିଏ ସିନେମା ପରେ ସେ ଗାଏବ ହୋଇଯାଇଛନ୍ତି। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦେଶିତ ‘ଯୋଗୀ ’ ଭଳି ଚର୍ଚିତ ସିନେମାର ନାୟକ ଆର୍ଯ୍ୟନ୍ ଏବର୍ଷ ବଡ଼ ପରଦାକୁ ଫେରିବେ ବୋଲି ସୂଚନା ମିଳିଛି। ୨୦୨୩ରେ ତାଙ୍କର କେତୋଟି ଫିଲ୍ମ ମୁକ୍ତିଲାଭ କରିପାରେ। ତାଙ୍କ ଅଭିନୀତ ‘କହିଦେ ଥରେ ଆଇ ଲଭ୍ ୟୁ’ମୁକ୍ତିପ୍ରତୀକ୍ଷାରେ ରହିଛି।। ଏଥିରେ ଆର୍ଯ୍ୟନ୍ ପ୍ରଥମ ଥର ଲାଗି ଜଣାଶୁଣା ନାୟିକା ଭୂମିକାଙ୍କ ସହ ନଜର ଆସିବେ। ଏହାଛଡ଼ା ଏହି ସିନେମାରେ ପିଣ୍ଟୁ ନନ୍ଦ, ହରି, ରାଜ ରାଜେଶ ଓ ସମାଜ ପତି ପ୍ରମୁଖ ଅଭିନୟ କରିଛନ୍ତି। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ତଥା ଚଣ୍ଡୀ ପରିଜାଙ୍କ ନିର୍ଦେଶିତ ‘କହିଦେ ଥରେ ଆଇ ଲଭ୍ ୟୁ’ର ସଂଳାପକାର ହେଲେ ଚିନ୍ମୟ ଦାସପଟ୍ଟନାୟକ ଓ ସଙ୍ଗୀତକାର ଅସଦ୍ ନିଜାମ୍।

ଏଣେ ଆର୍ଯ୍ୟନ୍ ଏକ ନୂଆ ଓଡ଼ିଆ ସିନେମାରେ ନାୟକ ଭୂମିକାରେ ନଜର ଆସିବେ। ଏହି ସିନେମାର ଟାଇଟଲ ହେଲା ତେଣେ ସନ୍ମ୍ୟୁଜିକ୍ ନିବେଦିତ ତଥା ବିଗ୍ ଗାଏ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଥିବା ଫିଲ୍ମ ‘ଯୋଉଠି ଥିଲେ ବି ତୁ ମୋର ’ରେ ବି ନଜର ଆସିବେ ଆର୍ଯ୍ୟନ୍ ଦାଶ କୁମାର। ତାଙ୍କ ବ୍ୟତୀତ ସମ୍ବିତ୍ , ରୀୟା, ବବି ମିଶ୍ର, ପୁପିନ୍ଦର, ମେଘନା ମିଶ୍ର ପ୍ରମୁଖଙ୍କୁ ଏହି ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ। ଏହା ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ।

ଏହାଛଡ଼ା ଆର୍ଯ୍ୟନଙ୍କ ଅନ୍ୟ ଏକ ସିନେମାରେ ତାଙ୍କ ସହ ଜ୍ୟୋତି-ଭୂମିକାଙ୍କୁ ବି ପୁଣି ଥରେ ଦେଖିବାକୁ ମିଳିବ। ଏମାନେ ସିଦ୍ଧାର୍ଥ ମ୍ୟୁଜିକର ଏକ ନୂଆ ସିନେମାରେ ଅଭିନୟ କରିଥିବା ଜଣାଯାଇଛି। ଏହି ସିନେମାର ଟାଇଟଲ୍ ଜଣାପଡ଼ି ନାହିଁ। ତେବେ ଫିଲ୍ମର ସୁଟିଂ ଶେଷ ହୋଇଛି। ଏହି ସିନେମାରେ ପିଣ୍ଟୁ ନନ୍ଦ, ଉଷସୀ, ସାତ୍ୟକୀ ଓ ପ୍ରଜ୍ଞା ପ୍ରମୁଖ ବି ନଜର ଆସିବେ। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ଏହି ସିନେମାର ସଙ୍ଗୀତକାର ହେଲେ ଅଭିଜିତ ମଜୁମଦାର।

ସମ୍ବନ୍ଧିତ ଖବର