ଭାରତ ଠାରୁ ପାକିସ୍ତାନ ମ୍ୟାଚ୍‌ ହାରିବା ପରେ ନିରାଶ ପାକିସ୍ତାନୀ ପ୍ରଶଂସକଙ୍କୁ ଏଭଳି କହି ସାନ୍ତ୍ୱନା ଦେଲେ ରଣବୀର ସିଂହ

ନୂଆଦିଲ୍ଲୀ : ଗତ ଜୁନ୍‌ ୧୬ରେ ହୋଇଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ସମୟରେ ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ଜୋଶ ଦେଖିବାକୁ ମିଳିଥିଲା । ପଡ଼ିଆରେ ବୁଲି ବୁଲି ସେ କ୍ରିକେଟ ପ୍ରେମୀମାନଙ୍କୁ ଉତ୍ସାହିତ କରିବାରେ ଲାଗି ପଡ଼ିଥିଲେ । ଯାହାର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସି ସାରିଛି । ଭିଡିଓ ଭାଇରାଲ ହେବା ପରେ ରଣବୀର ହିଁ ସବୁଠାରୁ ବଡ଼ କ୍ରିକେଟ ପ୍ରେମୀ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ତେବେ ଏ ସବୁ ମଧ୍ୟରେ ରଣବୀରଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ପାକିସ୍ତାନୀ ପ୍ରଶଂସକଙ୍କୁ ସାନ୍ତ୍ୱନା ଦେଉଥିବା ଦେଖା ଯାଇଛି ।

 

View this post on Instagram

 

#ranveersingh with a Pakistani fan. He is so sweet ?❤

A post shared by Viral Bhayani (@viralbhayani) on

ଭିଡିଓରେ, “ସବୁବେଳେ ଦ୍ୱିତୀୟ ଥର ରହିଥାଏ । ନିଶ୍ଚୟ ଜିତିବ । ମନ ଛେଟେ କର ନାହିଁ । ପାକିସ୍ତାନୀ କ୍ରିକେଟରମାନେ ଭଲ ଖେଳିଲେ । ସେମାନେ ନିଶ୍ଚୟ ଫେରିବେ” ବୋଲି ରଣବୀର ଜଣେ ପାକିସ୍ତାନୀ ପ୍ରଶଂସକଙ୍କୁ କହୁଥିବା ଦେଖା ଯାଇଛି । ରଣବୀରଙ୍କ ଏଭଳି ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ଏଭଳି କରି ରଣବୀର ଭାରତୀୟ ହେବାର ପରିଚୟ ଦେଇଛନ୍ତି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର