ଲୁଧିଆନା : ‘ରେସ୍-୩’ ପରେ ବଲିଉଡ୍ର ଦବଙ୍ଗ ଖାନ୍ ସଲମାନ ଏବେ ନିଜର ବଡ଼ ବଜେଟର ଫିଲ୍ମ ‘ଭାରତ’କୁ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଥିବା ଅଧାରୁ ଅଧିକ ଦୃଶ୍ୟର ସୁଟିଂ ଦେଶ ବାହାରେ ସରିଥିବା ବେଳେ ଏବେ ଲୁଧିଆନାରେ ଫିଲ୍ମର ସୁଟିଂ ଜାରି ରହିଛି । ସୁଟିଂ ପାଇଁ ଲୁଧିଆନାରେ ଓ୍ଵାଘା ବର୍ଡ଼ରର ସେଟ୍ ଲଗାଯାଇଛି । ସେଠାରେ କିଛି ଅଞ୍ଚଳକୁ ଭାରତ ଏବଂ ପାକିସ୍ଥାନ ବର୍ଡ଼ରର ରୁପ ଦିଆଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ,ପଞ୍ଜାବର ଅମୃତସର ସହରରେ ଓ୍ଵାଘା ବର୍ଡ଼ର ଥାଇ ମଧ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ସୁଟିଂ କରିବାର ଅନୁମତି ମିଳି ନଥିଲା । ଏଥିପାଇଁ ଲୁଧିଆନାରେ ୪ଜଣ କୃଷକଙ୍କ ୧୯ଏକର ଜମିକୁ ଭଡ଼ାରେ ନେଇ ଫିଲ୍ମ ନିର୍ମାତା ଓ୍ଵାଘା ବର୍ଡ଼ରର ସେଟ୍ ତିଆରି କରିଥିଲେ । ପ୍ରତି ଏକର ପାଇଁ କୃଷକମାନଙ୍କୁ ୮୦ହଜାର ଟଙ୍କା ଭଡା ଦିଆଯାଉଥିବା ବେଳେ ୪ଜଣ କୃଷକଙ୍କୁ ସର୍ବମୋଟ ୧୫ଲକ୍ଷ ୨୦ହଜାର ଟଙ୍କା ମିଳିଥିବା ଜଣାପଡ଼ିଛି । ଫଳରେ ଦିନ କେଇଟାରେ କୃଷକମାନେ ଲକ୍ଷପତି ପାଲଟି ଯାଇଛନ୍ତି ।