ଏକଦା ପୁଅକୁ ନେଇ ଫିଲ୍ମ କରିବା ପ୍ରସଙ୍ଗରେ ‘ମୁଁ ଘୋଡ଼ା ଉପରେ ଟଙ୍କା ଲଗାଏ ନାହିଁ, ଗଧ ଉପରେ କେମିତି ଲଗେଇବି’ ବୋଲି କହିଥିଲେ ସଲମାନଙ୍କ ବାପା ସଲିମ୍‌ ଖାନ୍‌

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କୁ ସିନେଶିଳ୍ପରେ କାମ କରିବା ପାଖାପାଖି ୩୦ବର୍ଷ ପୂରି ଗଲାଣି । ଅଗଷ୍ଟ ୨୨,୧୯୮୮ରେ ତାଙ୍କର ପ୍ରଥମ ଫିଲ୍ମ ‘ବିବି ହୋ ତୋ ଐସି’ ରିଲିଜ୍‌ ହୋଇଥିଲା । ନିର୍ଦ୍ଦେଶକ ଜେ.କେ ବିହାରୀଙ୍କ ଏହି ଫିଲ୍ମରେ ଫାରୁଖ୍‌ ଶେଖ୍‌ ଏବଂ ରେଖା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସଲମାନ ଏହି ଫିଲ୍ମରେ ସହକଳାକାର ଭାବରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ଫାରୁଖ୍‌ ଶେଖ୍‌ଙ୍କ ସାନ ଭାଇ ଚରିତ୍ରରେ ଅଭିନୟ କରିଥିଲେ । କିନ୍ତୁ ଆପଣ ଜାଣିଛନ୍ତି କି ସଲମାନ ଏହି ଫିଲ୍ମକୁ ନେଇ ଖୁସି ନଥିବା ବେଳେ ଫିଲ୍ମଟି କିପରି ଫ୍ଲପ୍‌ ହେଉ ସେ ନେଇ ପ୍ରାର୍ଥନା କରୁଥିଲେ ।

India Today

ପରେ ଯେତେବେଳେ ଫିଲ୍ମ ହିଟ୍‌ ହୋଇଥିଲା ସଲମାନଙ୍କ ମନ ଦୁଃଖ ହୋଇ ଯାଇଥିଲା । ଯାହା ପରେ ସେ ନିଜ ବାପାଙ୍କୁ ଫିଲ୍ମ ତିଆରି କରିବା ପାଇଁ କହିବା ସହ ତାଙ୍କୁ ଆଉ ଥରେ ଭଲ ଭାବରେ ଲଞ୍ଚ କରିବା ପାଇଁ କହିଥିଲେ । ପୁଅର ଏ କଥା ଶୁଣି ସଲିମ୍‌ କହିଥିଲେ, ଇନ୍ଦୋରରୁ ମୁମ୍ବାଇ ଆସିବା ପରେ ମୁଁ କେବେ କେଉଁ ଘୋଡ଼ା ଉପରେ ଟଙ୍କା ଲଗାଇ ନାହିଁ,ଗଧ ଉପରେ କେମିତି ଲଗାଇ ପାରିବି ? ଏହା ଶୁଣି ସଲମାନ ଦୁଃଖ ପ୍ରକାଶ କରିଥିବା ବେଳେ ଆଜି ସେ ସୁପରଷ୍ଟାର ପାଲଟି ଘୋଡ଼ା ବନି ସାରିଛନ୍ତି ।

ସମ୍ବନ୍ଧିତ ଖବର