ମୁମ୍ବାଇ : ବଲିଉଡ୍ରେ ଏମିତି ଅନେକ ପ୍ରେମ କାହାଣୀ ରହିଛି, ଯାହା ସବୁଦିନ ପାଇଁ ଲୋକଙ୍କ ମନରେ ଅମର ହୋଇ ରହିବ । ସେ ସବୁ ମଧ୍ୟରୁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ସୁଲତାନ୍ ସଲମାନ ଖାନ୍ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରେମ କାହାଣୀ । କିଛି ବର୍ଷ ପୂର୍ବରୁ ଫିଲ୍ମର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ବେଳେ ଏହାର ଶେଷ ଅତ୍ୟନ୍ତ ଦୁଃଖଦାୟକ ହୋଇଥିଲା । ଐଶ୍ୱର୍ଯ୍ୟାଙ୍କୁ ସଲମାନ ପ୍ରତି କଥାରେ ମାଡ଼ ମାରୁଥିବାରୁ ଐଶ୍ୱର୍ଯ୍ୟା ସଲମାନଙ୍କ ସହ ସବୁ ସଂପର୍କକୁ ଭାଙ୍ଗି ଦେଇଥିଲେ ବୋଲି ସେ ସମୟରେ ଚର୍ଚ୍ଚା ହୋଇଥିଲା । ସଂପର୍କ ଭାଙ୍ଗିବା ପରେ ଐଶ୍ୱର୍ଯ୍ୟା ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିବା ବେଳେ ସଲମାନ ଏବେ ବି ଅବିବାହିତ ଅଛନ୍ତି ।
/sambad/media/post_attachments/wp-content/uploads/2018/10/690019-553070-salman-aishwarya-story647092915122124-300x169.jpg)
ତେବେ ଐଶ୍ୱର୍ଯ୍ୟାଙ୍କୁ ପ୍ରକୃତରେ ସଲମାନ ଚାପୁଡ଼ା ମାରିଥିଲେ କି ନାହିଁ ବୋଲି ପ୍ରଶ୍ନ କରାଯିବା ପରେ ପ୍ରଥମେ ପ୍ରଶ୍ନ ଶୁଣି ହସିବାକୁ ଲାଗିଥିଲେ ସଲମାନ । ଏକ ସାକ୍ଷାତକାରରେ ତାଙ୍କୁ ଜଣେ ସାମ୍ବାଦିକ ଏହି ପ୍ରଶ୍ନ କରିବା ପରେ, ଆପଣଙ୍କ ପୂର୍ବରୁ ମୋତେ ଆଉ ଜଣେ ସାମ୍ବାଦିକ ଏହି ସମାନ ପ୍ରଶ୍ନ ପଚାରିଥିଲେ । ଯାହାକୁ ଶୁଣି ମୁଁ ରାଗରେ ସାମ୍ନାରେ ଥିବା ଟେବୁଲକୁ ଜୋରରେ ମାରିଥିଲି । ଯାହାଦ୍ୱାରା ଟେବୁଲଟି ଟିକେ ଭାଙ୍ଗି ଯାଇଥିଲା । ଏଥିରୁ ଆପଣ ଭାବନ୍ତୁ ଯଦି ମୁଁ କୌଣସି କଥାରେ ରାଗି ତାଙ୍କ ଉପରକୁ ହାତ ଉଠାଇଥାନ୍ତି । ତେବେ ମୋତେ ଲାଗୁନି କି ସେ ବଞ୍ଚିଥାନ୍ତେ ବୋଲି କହି ନିଜର ମତ ରଖିଥିଲେ ସଲମାନ ।