ମୁମ୍ବାଇ : କିଛି ମାସ ତଳେ ଆରମ୍ଭ ହୋଇଥିବା #ମି ଠୁ ଅଭିଯାନ ଅନେକ ଲୋକଙ୍କ ଅସଲ ମୁଖା ବାହାରକୁ ଆଣିଥିଲା । ନେତାଠାରୁ ଅଭିନେତା ପର୍ଯ୍ୟନ୍ତ ସମସ୍ତେ ଏହି ଅଭିଯାନର ଶିକାର ହୋଇଥିଲେ । ବଲିଉଡ୍ରେ ବାପାର ସମ୍ମାନ ଦିଆଯାଉଥିବା ଆଲୋକ ନାଥ୍ଙ୍କ ଉପରେ ଦୁଷ୍କର୍ମର ଆରୋପ ଲାଗିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଲେଖିବା ବିନ୍ତା ନନ୍ଦା ଆଲୋକ ନାଥ୍ଙ୍କ ଉପରେ ୨୦ବଷ ପୂର୍ବେ ଦୁଷ୍କର୍ମ କରିଥିବାର ଅଭିଯୋଗ କରିବା ପରେ ଏବେ ସେ ନେଇ ମାମଲା ରୁଜୁ କରାଯାଇ ଅଦାଲତରେ ଶୁଣାଣି ଆରମ୍ଭ ହୋଇଛି । ଏ ମଧ୍ୟରେ ବିନ୍ତା ନନ୍ଦା ଏକ ସାକ୍ଷାତକାରରେ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରେମ୍ଭ ହୋଇଛି ।
/sambad/media/post_attachments/wp-content/uploads/2018/12/download-95.jpg)
ତାଙ୍କ କହିବା ଅନୁଯାୟୀ, ଆମେ ଭଲ ଭାବରେ ଜାଣିଛେ ଯେ ଆଲୋକ ନାଥ୍ଙ୍କ ସହ ମୋର ଏହି ଲଢ଼େଇାର ଶେଷ ନାହିଁ । #ମି ଠୁ ଅଭିଯାନରେ ସାମିଲ୍ ହୋଇ ମୁଁ ବିନା କୌଣସି ପ୍ରସ୍ତୁତିରେ ତାଙ୍କ ଉପରେ ଅଭିଯୋଗ ଆଣିଲି । ୨୦ବର୍ଷ ପୂର୍ବେ ମୋ ସହିତ ଦୁଷ୍କର୍ମ ହୋଇଥିଲା ବୋଲି ମୁଁ ପ୍ରମାଣ ଦେଇ ପାରିବି ନାହିଁ କି ଆଲୋକ ନାଥ୍ ସେଭଳି କିଛି କରି ନ ଥିଲେ ବୋଲି ପ୍ରମାଣ ଦେଇ ପାରିବେ ନାହିଁ । ଆମେ କ’ଣ ପାଇଁ ଏହି ମାମଲାକୁ ନେଇ ଅଦାଲତରେ ଲଢ଼ୁଛେ? ଏପରି କରି ଆମେ ସମୟ ନଷ୍ଟ କରୁଛୁ କି? ଯାହା ବି ୨୦ବର୍ଷ ପୂର୍ବେ ହୋଇଥିଲା ତାହାର ସମର୍ଥନ କରିବା ପାଇଁ କୌଣସି ଆଇନ୍ ନାହିଁ । ତଥାପି ବି ଲୋକମାନଙ୍କ ସମର୍ଥନ ପାଇଁ ମୁଁ ଲଢ଼ି ଚାଲିଛି ବୋଲି ସେ କହିଥିଲେ ।